ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକମାନଙ୍କର ଚାଲିଛି କୋଭିଡ ଟେଷ୍ଟ

କରୋନା କଟକଣା ଭିତରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ତା ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ନିଜର କୋଭିଡ୍ ଟେଷ୍ଟ କରାଇଛନ୍ତି ।

ଆସନ୍ତା ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । ବିଧାନସଭା ୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହାବାଦ ଆସନ୍ତାକାଲି ପୌର ନିର୍ବାଚନ ଥିବାରୁ ବିଧାୟକମାନେ ନିଜ ନିଜ କ୍ଷେତ୍ରରେ ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ସେମାନେ ଚାହିଁଲେ ଜିଲ୍ଲା ସ୍ତରରେ ଟେଷ୍ଟ କରି ରିପୋର୍ଟ ଦେଇପାରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି ।

ଏଥିସହ ସେ କହିଛନ୍ତି, ଆସନ୍ତା ୨୫ ତାରିଖରୁ ବିଧାନସଭା ବସିବ । ତେଣୁ ଏହା ପୂର୍ବରୁ ଆଜିଠୁ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ସବୁ ବିଧାୟକ, ବିଧାୟିକା, ମନ୍ତ୍ରୀ, ବିଧାନସଭା କର୍ମଚାରୀ, ଅଫିସର, ମିଡିଆ ଷ୍ଟାଫ ସମସ୍ତଙ୍କର ଆରଟିପିସିଆର, ଆଣ୍ଟିଜେନ୍‌ ଟେଷ୍ଟ ହେବ।

Leave A Reply

Your email address will not be published.