ମାହାଙ୍ଗା ବ୍ଲକରେ 14 ଟି କେନ୍ଦ୍ରରେ 2185 ପରୀକ୍ଷାର୍ଥୀ !

Mahanga //AVO //Dtd -29-04-2022
Sluge- ମାହାଙ୍ଗା ବ୍ଲକରେ 14 ଟି କେନ୍ଦ୍ରରେ 2185 ପରୀକ୍ଷାର୍ଥୀ !

 ଆଙ୍କର -କଟକ ଜିଲ୍ଲା ମାହାଙ୍ଗା ବ୍ଲକର 14 ଟି ହାଇସ୍କୁଲରେ ମେଟ୍ରିକ ପରୀକ୍ଷା ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି !
 ସମୁଦାୟ 2259 ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ 2185 ପିଲା ଚଳିତ ବର୍ଷ ପରୀକ୍ଷା ଦେଇଥିବା ବେଳେ, ସେମାନଙ୍କ ଭିତରୁ 74 ପିଲା ଅନୁପସ୍ଥିତ ରହିବା ସୂଚନା ମିଳିଛି !

ଏହି ବ୍ଲକରେ ସଂସ୍କୃତ ଟୋଲରେ ଏଥର 29ପିଲା ମଧ୍ୟମା ପରୀକ୍ଷା ଦେଇଛନ୍ତି ବୋଲି ବିଇଓ କହିଛନ୍ତି !
ସେହିପରି ମୁକ୍ତ ବିଦ୍ୟାଳୟରେ 74 ପରୀକ୍ଷାର୍ଥୀଙ୍କ ପାଇଁ ମେଟ୍ରିକ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ସେଠାରେ 61 ପିଲା ପରୀକ୍ଷା ଦେବା ସୂଚନା ମିଳିଛି !
ଏଥର ପରୀକ୍ଷା କେନ୍ଦ୍ର ଗୁଡିକରେ 169 ଜଣ ଶିକ୍ଷକଙ୍କୁ ପରୀକ୍ଷା ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବା ଜଣାପଡିଛି !


ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୮ ଟା ରୁ 10 ଟା ମଧ୍ୟରେ ଏହି ସବୁ କେନ୍ଦ୍ର ଗୁଡିକରେ ଶାନ୍ତି ଶୃଙ୍ଖଳାର ସହିତ ପିଲାମାନେ ପରୀକ୍ଷା ଦେବା ସୂଚନା ମିଳିଛି !
ପ୍ରତ୍ୟେକ ପିଲାଙ୍କୁ ମାସ୍କ ବ୍ୟବହାର ଓ ସମ ଦୂରତା ବଜାୟ ରଖିବାପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ପରୀକ୍ଷା ସେଣ୍ଟର ଗୁଡିକରେ ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ଥିବା ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରା ଗଣମାଧ୍ୟମକୁ କହିଛନ୍ତି !

ମାହାଙ୍ଗା ରୁ ଅମରେନ୍ଦ୍ର ସିଂହ ଙ୍କ ରିପୋର୍ଟ

Leave A Reply

Your email address will not be published.