xmas

ପଞ୍ଚାୟତସ୍ତରୀୟ ନିର୍ମାଣ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଲକାନଗିରି ବ୍ଲକର ଶିଖପାଲି ପଞ୍ଚାୟତ ସମ୍ମିଳନୀ ଗୃହରେ ଶିଖପାଲି ପଞ୍ଚାୟତସ୍ତରୀୟ ନିର୍ମାଣ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ଶ୍ରୀ ଜଗା ମାଡକାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଳା ନିର୍ମାଣ ଶ୍ରମିକ ସଙ୍ଘ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ମାଲକାନଗିରି ଅତିରିକ୍ତ ତହସିଲଦାର ଶ୍ରୀ ଜଗଦୀଶ କୀର୍ତ୍ତାମୀ, ଆଇନଜୀବୀ ଶ୍ରୀ ଅଶୋକ ପଟନାୟକ, ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ଏରା ପଡିଆମି, ତଣ୍ଡପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ନନ୍ଦ କୁମାର ଅଜମିରା, ନିଲିଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ବୁଦ୍ରା କାର୍ତlମୀ, ଶିଖପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ସୋମନାଥ ମାଡକାମୀ, ସଙ୍ଘର ଜିଲ୍ଳା କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ଗୋପାଳ ମଣ୍ଡଳ ସମେତ ସମସ୍ତ ଗ୍ରାମର ଗ୍ରାମସାଥି ମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ୨୫ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ଶ୍ରମିକ ମାନେ କିପରି ଲେବର କାର୍ଡ କରିବା ସହିତ ସରକାରଙ୍କର ସମସ୍ତ ଯୋଜନାର ଫାଇଦା ପାଇପାରିବେ ସେ ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ଉପସ୍ଥିତ ସଭ୍ୟମାନେ ଗ୍ରାମସ୍ତରରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଶପଥ ନେଇଥିଲେ । ଶେଷରେ ଶ୍ରୀ ଜଗା ମାଡକାମୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.