mobile header

ବୋଲେରୁ ରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଗିରଫ।

କାଲିମେଳା ତା 2/5 ବାହାର ରାଜ୍ୟ ରୁ ଆସି ଏକ ମହେନ୍ଦ୍ରା ବୋଲେରୁ ରେ 325କେଜି ଗଞ୍ଜେଇ ଧରି ଯାଉଥିବାବେଳେ କାଲିମେଳା ପୋଲିସ ଧରିବାରେ ସଫଳ ହୋଇଛି, ଏମାନେ ହେଲେ ଆନ୍ଦ୍ର ପ୍ରଦେଶ ୱେଷ୍ଟ ଗୋଦାବରୀ ପୋଲାଭରମ ର ରୁଦ୍ରମ ସତୀଶ, ଅନ୍ୟ ଜଣେ ହେଲେ ତେଲେଙ୍ଗାନା ରାଜ୍ୟ ସାଇଫାକ ଭାଦ୍ରାଜ କୋତାଗୁଡ଼ାମ ର ପିଦୁଗୁଲୁ ଭାରତ,ଏହି ଦୁଇଜଣ ଏକ ମହେନ୍ଦ୍ରା ବୋଲେରୁ ନମ୍ବର AP 39DC8424 ଗାଡ଼ିରେ ଗତ ଶନିବାର ସନ୍ଦ୍ୟା ସମରେ ଗମ୍ଫା କୋଣ୍ଡା ପଞ୍ଚାୟତ ଏମପିଭି 66ଗ୍ରାମ ନିକଟଦେଇ ଯାଉଥିଲା ବେଳେ ପେଟ୍ରୋଲିଙ୍ଗ ରେ ଥିବା କାଲିମେଳା ପୋଲିସ ଟିମ ଧରିବାରେ ସଫଳ ହୋଇଛି l ଏଥିରେ 325କେଜି ଗଞ୍ଜେଇ ଓ ଗାଡି ସହ ଦୁଇ ଅଭିଯୁକ୍ତ ଗିରଫ ହୋଇ କେସ ନମ୍ବର 119/22ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି l କାଲିମେଳା ଥାନା ର ଏଶାଇ ସଞ୍ଜୟ କୁମାର ବଡସେଠି ଏହାର ଅଧିକ ତଦନ୍ତ କରୁଥିବା ଜଣା ଯାଇଛି।

Leave A Reply

Your email address will not be published.