mobile header

ରାଷ୍ଟ୍ରପତି ନିର୍ବାଚନ କୁ ନେଇ ବିପକ୍ଷ ଦଳକୁ ବଡ଼ ଝଟକା, ବିଜେଡି ଓ YSR ଦେବେ ଭାଜପା କୁ ସମର୍ଥନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ପ୍ରସ୍ତୁତି ରେ ଲାଗିଥିବା ବିପକ୍ଷ ଦଳ ଗୁଡିକୁ ଝଟକା ଲାଗିଛି l ମିଳିଥିବା ସୂଚନା ଅନୁସାରେ ଅଣ ଭାଜପା ଶାସିତ ରାଜ୍ୟ ଗୁଡିକର ସରକାର ଙ୍କ ବିରୁଦ୍ଧରେ ଯିବାକୁ ଚାହୁଁ ନାହାନ୍ତି l ଏହା ମଧ୍ୟ ସୂଚନା ମିଳିଛି ଯେ ଭାଜପା ପକ୍ଷରୁ ପାର୍ଥି ଘୋଷଣା ଦ୍ୱାରା ଦଳ ଗୁଡିକରେ ଶେଷ ନିଷ୍ପତି ଉପରେ ପ୍ରଭାବ ପଡିପାରେ l ଟାଇମ୍ସ ଅଫ ଇଣ୍ଡିଆର ହସ୍ତଗତ ତଥ୍ୟ ଅନୁସାରେ ଲେଖା ଯାଇଛି ଯେ ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡି ଙ୍କ YSRCP ଓ ଓଡ଼ିଶା ରେ ନବୀନ ପଟନାୟକ ଙ୍କ ବିଜେଡି ଭାଜପା ବିରୁଦ୍ଧରେ ଯିବେ ନାହିଁ l ବିପକ୍ଷ ଦଳର ସୂଚନା ଅନୁସାରେ କୁହାଯାଇଛି ଯେ କିଛିଟା ବିପକ୍ଷ ନେତା ସରକାରଙ୍କ ବିରୁଦ୍ଧରେ ଯିବାକୁ ଇଛୁକ ନୁହନ୍ତି l ଅଧିକାଂଶ ଆଞ୍ଚଳିକ ଦଳ ଗୁଡିକ କଂଗ୍ରେସ କୁ ସମର୍ଥନ କରିବାକୁ ଚାହୁଁ ନାହାନ୍ତି l

Leave A Reply

Your email address will not be published.