ପତ୍ନୀଙ୍କ ସହ ଭୋଟ ଦେଲେ ମୁଖ୍ୟ ଶାସନ ସଚିବ

ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ନିର୍ବାଚନ କମିଶନର । ଭୁବନେଶ୍ୱର ୪୦ ନମ୍ବର ଓ୍ୱାର୍ଡର୪୧୬ ନମ୍ବର ବୁଥ୍‌ରେ ଉଭୟ ନିଜ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ଏହାସହିତ ଲୋକମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ମଧ୍ୟ ନିବେଦନ କରିଛନ୍ତି ।

ଖବର ଅନୁଯାୟୀ, ରାଜ୍ୟର ପୌର ଅଞ୍ଚଳରେ ଚାଲିଛି ମତଦାନ । ଏହିପ୍ରରିପେକ୍ଷୀରେ ଗୁରୁବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ନିଜର ପତ୍ନୀ ଶ୍ରୀମତୀ ଦେବୟନୀ ନନ୍ଦଙ୍କ ସହ ଆସି ଭୋଟ ଦେଇଛନ୍ତି । ଭୁବନେଶ୍ୱର ୪୦ ନମ୍ବର ଓ୍ୱାର୍ଡର ୪୧୬ ନମ୍ବର ବୁଥ୍‌ରେ ଉଭୟ ମତସାବ୍ୟସ୍ତ କରିଛନ୍ତି । ସେପଟେ ଏହି ବୁଥ୍‌ରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ନିଜର ମତସାବ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.