ସାମ୍ବାଦିକଙ୍କ ଜୀବନ ବଞ୍ଚାଇଲା ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟ ସେବା

ମାଲକାନଗିରିି ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ କରୁଥିବାରୁ ଆଜି ଜିଲ୍ଲାର ବିକାଶଧାରା ଆଗେଇବାରେ ଲାଗିଛି। ଏହି ବିକାଶ ଧାରାରେ ଆଉ ଏକ ଫରଦ ଯୋଡି ହୋଇଛି। ତାହା ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଏହି ସ୍ବାସ୍ଥ୍ୟ ସେବା ଫଳରେ ଜିଲ୍ଲାର ବହୁ ଗରିବ, ଅସହାୟ ପରିବାରର ଲୋକେ ସୁବିଧା ପାଇପାରୁଛନ୍ତି, ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଲା ଜଣେ ସାମ୍ବାଦିକଙ୍କ ଜୀବନ ବଞ୍ଚିବା। ଏକ ଘରୋଇ ଚ୍ୟାନେଲରେ କାମ କରୁଥିବା ସଂତୋଷ କୁମାର ନାଗ ନାମକ ବ୍ୟକ୍ତିଙ୍କ ପେଟରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ପଥରି ହୋଇଥିବା ଜଣାପଡ଼ିଥିଲା। ସଂତୋଷ ଏଥିପାଇଁ ବହୁ କଷ୍ଟ ମଧ୍ୟ ପାଉଥିଲେ।

ତେବେ ସେ ବାହାରକୁ ଯାଇ ଅପରେସନ କରାଇବା ସମ୍ଭବପର ନଥିଲା। ତେଣୁ ସେ ଚିନ୍ତାରେ ଥିଲେ। ତେବେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ଏହି ଅସ୍ତ୍ରପ୍ରଚାର ଖୁବ ସୁନ୍ଦର ଭାବେ ମାଗଣାରେ ହୋଇପାରିବ ବୋଲି ଜାଣିବା ପରେ ସେ ତୁରନ୍ତ ଜିଲ୍ଲା ହସପିଟାଲରେ ନିଜର ନାମକୁ ପଞ୍ଜିକରଣ କରାଇଥିଲେ। ଡାକ୍ତରମନେ ମଧ୍ୟ ସଂତୋଷଙ୍କ ଏହି ଅସ୍ତ୍ରପ୍ରଚାରକୁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଜର ଅପରେସନ ମାଧ୍ୟମରେ ସମସ୍ତ ପଥରିକୁ ନଷ୍ଟ କରାଯାଇଥିବା ଜଣାପଡିଛି। ସଂତୋଷ ଏବେ ସୁସ୍ଥ ଥିବା ଜଣାପଡିଛି। ତେବେ ଦାମିକା ଅସ୍ତ୍ରପ୍ରଚାର କରିବା ଜିଲ୍ଲାର ଅନେକ ଲୋକଙ୍କ ପାଇଁ ସ୍ବପ୍ନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କିନ୍ତୁ ଲୋକଙ୍କୁ ବହୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.