ଏମ ଭି ୭ ଗ୍ରାମର ଘରୋଇ ହଷ୍ଟେଲରେ ଷଷ୍ଠ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟଣା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଏଡିଏମଙ୍କ ଅଧ୍ୟକ୍ଷତାରେ ତଦନ୍ତ ଆରମ୍ଭ
ମାଲକାନଗିରି ତା ୨୯.୦୩.୨୪ ରିଖ: ଏମ ଭି୭ ଗ୍ରାମ ସ୍ଥିତ ଏକ ଘୋରଇ ହଷ୍ଟେଲ ରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁବରଣ କରିଥିବା ଘଟଣାରେ ଅଭିବାବକ ଓ ବୁଦ୍ଧିଜିବୀଙ୍କ ଅଭିଯୋଗ କ୍ରମେ ମାଲକାନଗିରି ଜିଲ୍ଲାପାଳ ଶ୍ରୀଯୁକ୍ତ ସଚିନ ପାୱାରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତ ରେ ଜିଲ୍ଲାସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ନିରପେକ୍ଷ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଆଦେଶ କରାଯାଇଛି। ଆଜି ଉକ୍ତ କମିଟିର ସଦସ୍ୟ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମାଲକାନଗିରି ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ସହକାରୀ ଜିଲ୍ଲାପାଳ ଶ୍ରୀ ଅଲେଖ ଚରଣ ଭୋଇ, ଅତିରକ୍ତ ତହସିଲଦାର, ମାଲକାନଗିରି ତହସିଲ ଶ୍ରୀ ଉମେଶ ପୂଜାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶ୍ରୀନିବାସ ଆଚାରି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ନିରୀକ୍ଷକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଓ ମାଲକାନଗିରି ଆଦର୍ଶ ଥାନାର ଥାନାଧିକରୀ ଶ୍ରୀ ରିଗାନ କିଣ୍ଡୋ ମିଳିତ ଭାବେ ଉକ୍ତ ଘରୋଇ ହଷ୍ଟେଲକୁ ପରିଦର୍ଶନ କରି ବିଭିନ୍ନ ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କରିବା ସହ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଗଲା, ହଷ୍ଟେଲର ସମସ୍ତ କାଗଜ ଦସ୍ତାବିଜର ତଦାରଖ କରିବା ସହ କିଛି ଅନ୍ତେବାସୀ ଓ ଅଭିଭାବକଙ୍କ ସହ ଆଲୋଚନ କରାଗଲା। ଯାଞ୍ଚ ସମୟରେ ହଷ୍ଟେଲ କର୍ତ୍ତୃପକ୍ଷ କୌଣସି ସଠିକ୍ ଦସ୍ତାବିଜ୍ ଦେଇ ନଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ହଷ୍ଟେଲଟି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ବେନିୟମ ଭାବେ ଚାଲୁଥିବା ଯୋଗୁଁ ସିଲ୍ କରିବାକୁ ଅତିରିକ୍ତ ତହସିଲଦାରଙ୍କୁ ଆଦେଶ ଦେଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଆଗାମୀ ଦିନ ମାନଙ୍କରେ ମଧ୍ୟ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ବେନିୟମ ଭାବେ ଚାଲୁଥିବ ଶିକ୍ଷା ଅନୁଷ୍ଠାନ ତଥା ହଷ୍ଟେଲ ମାନଂକ ଉପରେ କଡ଼ା ନଜର ରଖା ଯାଇ ଆଇନ ଅନୁଯାୟୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଅଧିବାସୀ ମାନଙ୍କ ଅଭିଯୋଗକୁ ଭିତ୍ତିକରି ଏମ ଭି ୭ ଗ୍ରାମରେ ଅନ୍ୟ ଚାରୋଟି ଘରୋଇ ହଷ୍ଟେଲ ମାନଙ୍କ ଉପରେ ଚଢାଉ କରାଗଲା କିନ୍ତୁ ହଷ୍ଟେଲ କର୍ତ୍ତୃପକ୍ଷ ମାନେ ହଷ୍ଟେଲ ବନ୍ଦ କରି ଅନୁପସ୍ଥିତି ଥିଲେ। ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ତଦନ୍ତ କମିଟିର ସମସ୍ତ ଅଧିକାରୀଙ୍କୁ ଯଥା ଶୀଘ୍ର ନିରପେକ୍ଷ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.