ଏଭ୍‌ରେଷ୍ଟ ଚଢ଼ିଲେ ସୁର ରାଉତରାୟଙ୍କ ପୁଅ

ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ। ସେ ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି। ରବିବାର ଭୋର୍‌ ୪ଟା ୧୫ରେ ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ତାଙ୍କ ଲକ୍ଷ୍ୟ ପୂରଣ କରିଥିବା ବିଧାୟକ ସୁର ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୪୫ ଜଣ ଭାରତୀୟ ଏଭ୍‌ରେଷ୍ଟ ଶୀର୍ଷରେ ପହଞ୍ଚିଥିବା ବେଳେ ଓଡ଼ିଆ ପୁଅ ସିଦ୍ଧାର୍ଥ ତାଙ୍କ ନାଁ ଏଥିରେ ଯୋଡ଼ିଛନ୍ତି। ଏହି ଲକ୍ଷ୍ୟ ପୂରଣ ପୂର୍ବରୁ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ସଫଳତା କାମନା କରିଥିଲେ

Leave A Reply

Your email address will not be published.