ଜୟପୁର ପୌରାଧ୍ୟକ୍ଷରେ କଂଗ୍ରେସର ଜବରଦସ୍ତ ବିଜୟ

ପୌର ଫଳାଫଳ ନେଇ ଜୟପୁରବାସୀଙ୍କୁ ହାତଯୋଡ଼ି ଧନ୍ୟବାଦ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । କଂଗ୍ରେସ ପ୍ରାର୍ଥୀଙ୍କୁ ଜୟପୁର ଚେୟାରମ୍ୟାନ୍ ପଦରେ ବସାଇଥିବାରୁ ଜୟପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି କଂଗ୍ରେସର ହେଭିୱେଟ୍ ତାରା ବାହିନୀପତି । ହାତଯୋଡ଼ି କହିଲେ, ଏଥର ବିକାଶକୁ ମିଳିମିଶି ଆଗକୁ ଚଲାଇବା, ମୋର କଂଗ୍ରେସ ପ୍ରାର୍ଥୀ ନରେନ୍ଦ୍ର କୁମାର ମହାନ୍ତିଙ୍କୁ ୫ ହଜାରରୁ ଅଧିକ ଭୋଟରେ ବିଜୟୀ କରାଇଥିବାରୁ ମୁଁ ସାରାଦିନ ଆପଣଙ୍କ ପାଖରେ ଚିରଋଣୀ ହୋଇ ରହିଛି ।

ତାରା ଆହୁରି ମଧ୍ୟ କହିଛନ୍ତି କି, ଏହା ମୋର ବିଜୟ ନୁହେଁ । ଏ ବିଜୟ ଧର୍ମର ଆଉ ଜୟପୁରବାସୀଙ୍କର ବିଜୟ । ତେଣୁ ଏଥର ଆମେ ଏହି ବିକାଶଧାରାକୁ ମିଳିମିଶି ଆଗକୁ ନେବା ଆଉ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ମୋ ପ୍ରତି ଏମିତି ରହିଥାଉ ବୋଲି ଭାବୁକ ହୋଇ କହିଛନ୍ତି ତାରା ବାହିନୀପତି ।

Leave A Reply

Your email address will not be published.