ପ୍ରସ୍ତୁତି କରିନଥିଲା କି ‘ପଦ୍ମ’?

ବିଜେଡିର ଏଭଳି ବିପୁଳ ବିଜୟ…ବିଜେପିର ପାରିବା ପଣିଆ, ଦଳୀୟ ନେତୃତ୍ୱ ଓ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ପ୍ରଚାରଠୁ ଆରମ୍ଭ କରି ଭୋଟ୍ ଦିନର ଅନୁପସ୍ଥିତି ନେଇ ଉଠାଇଛି ଅନେକ ପ୍ରଶ୍ନ?
୧. ଅପରାଜିତା ଯେଉଁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଭୋଟ୍ ଦେବାକୁ କହୁଥିଲେ, ରାଜଧାନୀରେ ଘର ଘର ବୁଲି ପ୍ରଚାର କରୁଥିଲେ, ସେହି ପ୍ରାର୍ଥୀଙ୍କ ଅସଲ ପରୀକ୍ଷା ବେଳକୁ ଦିଲ୍ଲୀରେ ଥିଲେ ଭୁବନେଶ୍ୱର ସାଂସଦ । ଆଉ ତାହା ହିଁ ଆଜିର ଫଳାଫଳର କାରଣ ନୁହେଁ ତ?
୨. ଏପରିକି ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କଠାରୁ ଆରମ୍ଭ କରି କର୍ପୋରେଟ୍ ପ୍ରାର୍ଥୀଙ୍କ ପାଇଁ ହୁଗୁଳା ପ୍ରଚାର ପରାଜୟର ପ୍ରମୂଖ କାରଣ ନୁହେଁ ତ?
୩. ପଞ୍ଚାୟତ ପରୀକ୍ଷାରେ ଫେଲ୍ ହେବା ପରେ ବି ପୌର ପାଇଁ ପ୍ରସ୍ତୁତ୍ ନଥିଲା କି ବିଜେପି?
୪. ରାଜ୍ୟ ବାହାର ନିର୍ବାଚନରେ ବିଜେପି ବିଜୟବାନା ଉଡାଉଥିବାବେଳେ ଓଡ଼ିଶାରେ କାହିଁକି ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି?
୫. ପୌର ନିର୍ବାଚନ ପାଇଁ ରାଜ୍ୟ ବିଜେପି ବିଜେଡିକୁ ସାମ୍ନା କଲାଭଳି ପ୍ରାର୍ଥୀ ଦେଇଥିଲା ତ?
୬. ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶୀର୍ଷନେତାଙ୍କ ପ୍ରଚାର ନକରିବା ପରାଜୟ ପଛର କାରଣ ନୁହେଁ ତ?
୭. ବାହାର ରାଜ୍ୟରେ ବିବାଦ ଭିତରେ ବିଜୟ, ଓଡ଼ିଶାରେ କାହିଁକି ବ୍ୟାକଫୁଟକୁ ଯାଉଛି ବିଜେପି?
୮. ରାଜ୍ୟ ବିଜେପିରେ ଏବେ ସବୁକିଛି ଠିକଠାକ୍ ଚାଲିଛି ତ? ନା ସବକା ସାଥ୍ ସବକା ବିକାଶ ନାରା ପଛରେ ରହିଛି କିଛି କେଁ?
୯. ପଞ୍ଚାୟତ ପରେ ପୌର ଲଢ଼େଇରେ ଝାଉଁଳି ପଡ଼ିଥିବା ‘ପଦ୍ମ’, ୨୦୨୪ ଅଗ୍ନିପରୀକ୍ଷା ପୂର୍ବରୁ ଶକ୍ତି ଜୁଟାଇ ପାରିବ ତ?
୧୦. ବୁଥ୍ ପାଇଁ ଟିମ୍ ଗଠନ କରିଥିବା ଦମ୍ଭୋକ୍ତି ବାଢୁଛି ବିଜେପି, କିନ୍ତୁ ବୁଥକୁ ସତରେ ସଜାଡ଼ି ପାରିଛନ୍ତି ତ ଦଳୀୟ ନେତା?

Leave A Reply

Your email address will not be published.