ଡାକ୍ତରୀ ମାଇନା ପାଇଁ ମେଡିକାଲ ଯାଇ କଏଦି ଫେରାର

କାଲିମେଳା ତା୨୦/୫ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଥାନାର ଗତ ମାସର ତା୨୩/୪/୨୦୨୨ରିଖରେ ଦୁଇ ଜଣ ଗଞ୍ଜେଇ ଚୋରାଚାଲାଣ ସମ୍ପୃକ୍ତ ଥିବା ନେଇ ଦୁଇ ଜଣ ଆସାମି ଦିପକ ପଟେଲ ଗ୍ରାମ କାଲିମେଳା ପଞ୍ଚାୟତ ଅଧିନସ୍ଥ ବଡୁଗୁଡା ଓ ହରି ମାଟାମ ଗ୍ରାମ ଟେକଗୁଡା କଲୋନୀ ଏଇ ଦୁଇ ଜଣଙ୍କୁ କାଲିମେଳା ଗୋଷ୍ଠୀସ୍ବାସ୍ଥ୍ବ କେନ୍ଦ୍ରକୁ ଡାକ୍ତର ମାଇନା ପାଇଁ କାଳିମେଳା ଥାନାର ଦୁଇ ଜଣ କନେଷ୍ଟବଳ ପ୍ରବିନ କୁମାର ଡୁରୁକା ଓ ବିନୋଦ ମହାରଣା ନେଇ ଆସିଥିଲେ ଗତ କାଲି ସନ୍ଦ୍ୟା ସମୟରେ ନେଇଆସି ଥିଲେ ଦୁଇ ଜଣ ଆସାମି ଫେରାର ହେବା ପାଇ ଚେଷ୍ଟା କରିଥିଲେ ପୋଲିସ ଧକ୍କା ମାରି ପୋଲିସ ଜଣକୁ ଗଡାଇ ଗଡାଇ ଧରିଥିବା ବେଳେ ଅନ୍ଯ ଜଣେ ଆସାମି ବଡିଗେଟା ଗ୍ରାମ ପଂଚାୟତ ଅର୍ନ୍ତଗତ ଟେକଗୁଡା କଲୋନୀର ହରି ମାଟାମ ପୋଲିସ କୁ ଧକ୍କା ମାରି ଚକମା ଦେଇ ଫେରାର ହୋଇ ଯାଇଛି ଏ ପର୍ଯ୍ୟନ୍ତ କାଲିମେଳା ପୋଲିସ ଫେରାର ଆସାମିର ଖୋଜଖବର ପାଇ ପାଇପାରୁନାହି । ଗତ ମାସ ର ପୂରୁଣା ଗଞ୍ଜେଇ କାରବାର ରେ ସମ୍ପୃକ୍ତ ନେଇ କାଲିମେଳା ପୋଲିସ ଗିରଫ କରିଥିଲା ଏମାନଙ୍କୁ ଅନେକ ଖୋଜାଖୋଜି ପରେ ଦୀର୍ଘ ଦିନ ପରେ ଧରିବାରେ ସଫଳ ହେବା ପରେ କୋର୍ଟ ଚାଲାଣ କରିବା ପାଇ ଡାକ୍ତର ମାଇନା କରିବାକୁ ନେଇ ଯାଉଥିବା ସମୟରେ ଫେରାର ହୋଇଛି ଗଞ୍ଜେଇ ଆସାମି। ଫେରାର ଆସାମିର ଖୋଜା ଚାଲିଥିବା ବେଳେ ଅଟକ ରହିଥିବା ଦୀପକ ପଟେଲ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏ ନେଇ କାଲିମେଳା ଥାନା ତରଫରୁ କେସ ନମ୍ବର ୧୦୭/୨୨ ରେ ୨୨ b(ii) C ଏନଡିପିଏସ ଆକ୍ଟ ରେ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.