ଦାନ୍ତରେ ଟାଣୁଛନ୍ତି ଟ୍ରାକ୍ଟର; ରୁହାରଡ ଗୁଡିକୁ ବଙ୍କା କରିପାରୁଛନ୍ତି

କୌଣସି ପ୍ରଶିକ୍ଷଣ ନ ପାଇ ବି ଜଣେ ଯୁବକ ନିଜ ଅଭ୍ୟାସ ଓ ଅଧ୍ୟବସାୟ ବଳରେ ଦାନ୍ତରେ ଟାଣୁଛନ୍ତି ଟ୍ରାକ୍ଟର । ଦଉଡିକୁ ଟ୍ରାକ୍ଟରରେ ବାନ୍ଧି ଦାନ୍ତରେ କାମୁଡି ଟାଣିବା ଘଟଣା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସେ ପ୍ରାୟ ୫୦ରୁ ୧୦୦ ଫୁଟ ଯାଏଁ ଟ୍ରାକ୍ଟରକୁ ଟାଣି ନେଇପାରୁଛନ୍ତି ।

ଏହି ଯୁବକ ଜଣକ ହେଲେ ଔପଦା ପଞ୍ଚାୟତ ଜଳବନ୍ଧ ଗାଁର ବିକାଶ ମଲ୍ଲିକ । ବୟସ ୨୮ । ସେ ସେନାବାହିନୀରେ ନିଯୁକ୍ତି ପାଇବାକୁ ଆଶା ରଖିଥିଲେ ହେଁ ତାଙ୍କର ଶିକ୍ଷାଗତ ଯୋଗ୍ୟତା କମ ଥିବାରୁ ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । କିନ୍ତୁ ନିଜକୁ ସାରା ଦୁନିଆ ଆଗରେ ଶ୍ରେଷ୍ଠ ବିବେଚିତ କରିବା ପାଇଁ ତାଙ୍କର ଜିଦ୍ ବଢି ଯାଇଥିଲା । ଏହା ତାଙ୍କ ପାଇଁ ନିଶା ପାଲଟି ଯାଇଥିଲା । ଦୀର୍ଘ ୭ ବର୍ଷ ଧରି ବିକାଶ ଏଭଳି ନିଜର ଅଭ୍ୟାସ ଚଳାଇ ଏଥିରେ ସଫଳ ହୋଇପାରିଛନ୍ତି ।

ଏହା ବାଦ୍ ୨ଟି ବାଇକକୁ ମଧ୍ୟ ଏକା ସାଙ୍ଗରେ ଦାନ୍ତରେ ଟାଣି ଅଟକାଇ ପାରୁଛନ୍ତି । ଖାଲି ସେତିକି ନୁହେଁ ମୋଟା ମୋଟୀ ରୁହାରଡ ଗୁଡିକୁ ଦାନ୍ତରେ ବଙ୍କା କରିପାରୁଛନ୍ତି । ସେ କର୍ମ ସଂସ୍ଥାନ ଆଶାରେ ଆନ୍ଧ୍ରପ୍ରଦେଶରେ ଯାଇ ରଡ୍ ବାଇଡିଂ କାମ କରୁଥିଲେ । କିନ୍ତୁ କଠିନ ଅଭ୍ୟାସ ଫଳରେ ଦାନ୍ତରେ କମାଲ ତାଙ୍କୁ ଏବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି

Leave A Reply

Your email address will not be published.