mobile header

ଉକୁଣୀ ହଟାଇବାର ଘରୋଇ ଉପାୟ :

ନିମ : ନିମ ତେଲ ବହୁତ ପ୍ରଭାବଶାଳୀ ହୋଇଥାଏ। ଏହା ବହୁତ କଟୁ ହୋଇଥିବାରୁ ଉକୁଣୀ ଅଧିକ ସମୟ ବଞ୍ଚିପାରନ୍ତି ନାହିଁ। ତେଣୁ ରାତିରେ ନିମ ତେଲ ଲଗାଇ ଶୋଇବା ଉଚିତ। ସକାଳୁ ଏହାକୁ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।

ପେଟ୍ରୋଲିୟମ ଜେଲି : ପେଟ୍ରୋଲିୟମ ଜେଲିର ବ୍ୟବହାର ସାଧାରଣ ଭାବେ ହାତ ଏବଂ ତ୍ୱଚା ପାଇଁ କରାଯାଏ। ଏହାକୁ କେଶରେ ବ୍ୟବହାର କଲେ ମଧ୍ୟ ଉକୁଣୀ ସମସ୍ୟାରୁ ମୁକ୍ତି ପାଇବେ।

ଲେମ୍ବୁ ଓ ରସୁଣ : ଉକୁଣୀକୁ ଦୂରେଇବା ପାଇଁ ଏକ ଭଲ ଉପାୟ ରହିଛି। ଲେମ୍ବୁ ରସରେ ରସୁଣ ଏବଂ ବାଦାମ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହାକୁ ମୁଣ୍ଡରେ ଘଣ୍ଟାଏ ଲଗାଇ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।

ଭିନେଗାର ଓ ସିରକା : ମୁଣ୍ଡରେ ଆପଲ ସାଇଡର ଭିନେଗାରକୁ ବ୍ୟବହାର କରିପାରିବେ। ଏହି ଉପାୟ ଦ୍ୱାରା ମୁଣ୍ଡରୁ ଉକୁଣୀ ଗାଏବ ହୋଇଯିବ।

ଅଲିଭ ତେଲ: ଅଲିଭ ଅଏଲ ଲଗାଇବା ଦ୍ୱାରା ଉକୁଣୀ ଅଣନିଶ୍ୱାସୀ ହୋଇପଡନ୍ତି। ତେଣୁ ମରିଯାଆନ୍ତି।

ଟି ଟ୍ରି ଅଏଲ୍‌ : ଟି ଟ୍ରି ଅଏଲରେ ଆଣ୍ଟିମାଇକ୍ରୋବିଏଲ ଗୁଣ ରହିଥାଏ ଯାହା ପାଇଁ ଉକୁଣୀ ମରିଯାଆନ୍ତି।

ପିଆଜ ରସ : ପିଆଜ ରସ କାଢି ୩ ରୁ ୪ ଘଣ୍ଟା ପାଇଁ ମୁଣ୍ଡରେ ଲଗାଇଦିଅନ୍ତୁ। ଏହା ପରେ ଶାମ୍ପୁ ଲଗାଇ ମୁଣ୍ଡ ସଫା କରିଦିଅନ୍ତୁ।

ବେକିଂ ସୋଡା : ବେକିଂ ସୋଡାକୁ କଣ୍ଡିସନର ସହିତ ଲଗାଇଦିଅନ୍ତୁ। ତିନି ଭାଗ କଣ୍ଡିସନରେ ଏକ ଭାଗ ବେକିଂ ସୋଡା ମିଶାଇ ମୁଣ୍ଡରେ ଲଗାନ୍ତୁ। ଉକୁଣୀ ସବୁ ମରିଯିବେ।

Leave A Reply

Your email address will not be published.