ପିଠିରେ ଶିଶୁ ହାତରେ ଝାଡୁ , ମାତୃତ୍ୱ ଏବଂ କର୍ତ୍ତବ୍ୟ

ବାରିପଦାରେ ସଫେଇ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌ । ତାଙ୍କର ଏହି କାର୍ଯ୍ୟକୁ ଅନେକ ପ୍ରଶଂସା କରିବା ସେ ମାତୃ ଶକ୍ତିର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି । ପୀଠିରେ ନିଜ ଶିଶୁକୁ ବାନ୍ଧି ଏହି ମହିଳା ଜଣଙ୍କ ସଫେଇ କରୁଥିବାର କାର୍ଯ୍ୟ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏହି ସଫେଇ କର୍ମଚାରୀଙ୍କ ନାଁ ଲକ୍ଷ୍ମୀ ମୁଖୀ ସେ ବାରିପଦା ପୌରସଂସ୍ଥାର ସଫେଇ କର୍ମଚାରୀ । ଶିଶୁ ସାଙ୍ଗରେ ଧରି ସେ ନିଜ କାମକୁ ନିଷ୍ଠାର ସହ କରିଥାଆନ୍ତି ।

ଘରେ ଲକ୍ଷ୍ମୀ ମୁଖୀ ଏକୁଟିଆ ବୋଲି କହିଛନ୍ତି । କାମ କରି ଦରମା ପାଇଲେ ତାଙ୍କର ଗୁଜୁରାଣ ମେଣ୍ଟିଥାଏ । କାମ ବି ଜରୁରୀ ନିଜ ଶିଶୁରଯତ୍ନ ନେବା ବି ଦରକାର । ଏଥିପାଇଁ ସେ ଶିଶୁକୁ ପିଠିରେ ବାନ୍ଧି କାର୍ଯ୍ୟ କରିଥାଆନ୍ତି ।

ଲକ୍ଷ୍ମୀଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ବାରିପଦା ପୌରସଂସ୍ଥାର ଅଧ୍ୟକ୍ଷ ତାଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି । ସତରେ ଲକ୍ଷ୍ମୀଙ୍କ ସ୍ନେହ ଏବଂ ନିଷ୍ଟାର ସହ କାର୍ଯ୍ୟ ପ୍ରଂଶସା ଯୋଗ୍ୟ ।

Leave A Reply

Your email address will not be published.