ମାଲକାନଗିରି :-୦୩/୦୬/୨୦୨୨
୧୦ ବର୍ଷୀୟ ଝିଅ ଦଇମତି କବାସି, ବାପା ବୁଦ୍ରା କବାସୀ ଓ ମାଆଙ୍କ ସହ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ରଗେଇ ପୁଷ୍ପାଲ୍ଲି ଗାଁ ରେ ରୁହନ୍ତି । ଗତ ପ୍ରାୟ ୨ବର୍ଷ ତଳେ ଝିଅଟିର ପେଟ ବ୍ୟଥା କାରଣରୁ ବାପା ତାକୁ ନିକଟସ୍ଥ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ବଥା କମିବାରୁ ଘରକୁ ଫେରୁଥିଲା। ପ୍ରତି ମାସରେ ଏପରି ହୁଏ। ମାଉସୀ ବୃନ୍ଦ କବସି ର ଚିକିତ୍ସା ସମୟରେ ସହଯୋଗ ଟିମ୍ ସଭାପତି ଶ୍ରୀମତି ସରୋଜିନୀଙ୍କୁ ଦେଖା ହୁଏ ଦୈମତିର । ବାଲିମେଳା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ରେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଦେଖିବାରୁ ପରବର୍ତ୍ତୀ ସମୟରେ ମାଲକାନଗିରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଦୈମତିଙ୍କୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ କଟକ ରୋ ଆସିଥିବା ଏଆର ଆମ୍ବୁଲାନ୍ସ ସ୍ଵତନ୍ତ୍ର ଚିକିତ୍ସକ ଦଳ ଜାଣିବାକୁ ମିଳିଲା ଛୋଟ ଝିଅଟିର ମୂତ୍ରନଳୀରେ ପଥର ବା ଷ୍ଟୋନ୍ ହୋଇଛି । ସେପଟେ ପରିବାରର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଅସ୍ଵଚ୍ଛଳ ପରିପ୍ରେକ୍ଷୀରେ ବୋଝ ଉପରେ ନଳିତା ବିଡା ପରି ଝିଅର ସ୍ବାସ୍ଥ୍ୟାବସ୍ଥା ବାପା ମାଆଙ୍କ ମାନସିକ ସ୍ତରରେ ଦୁର୍ବାର ପ୍ରହାର କରିଥିଲା । ଏଭଳି ଏକ ଦାରୁଣ ପରିସ୍ଥିତିରେ ଏହି ଘଟଣା ନିକଟସ୍ଥ ସହର ବାଲିମେଳାରେ ସକ୍ରିୟ ରୂପେ ସମାଜ ସେବା କରୁଥିବା ଏକ ସ୍ବେଚ୍ଛସେବୀ ସଂଗଠନ “ସହଯୋଗ ଟିମ୍” ପାଖରେ ପହଞ୍ଚିଥିଲା, ସଙ୍ଗେ ସଙ୍ଗେ ଏକ ଟିମ୍ ଘଟଣା ସ୍ଥଳକୁ ଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଝିଅଟିର ପରିବାରର ଆର୍ଥିକ ସ୍ଥିତି ମଧ୍ଯ ଅନୁଧ୍ୟାନ କରିଥିଲେ । ତେବେ ଗତ ୩ ମେ ୨୦୨୨ ରେ “ସହଯୋଗ ଟିମ୍”ର ସଭାପତି ଶ୍ରୀମତି ପି.ସରୋଜିନୀ ଚନ୍ଦ୍ରନ୍ ଉକ୍ତ ଦୈମତିକୁ ନେଇ କଟକ ଏସ୍.ସି.ବି.ମେଡ଼ିକାଲ ନେଇ ଥିଲେ । ପରେ ୬ ମେ ୨୦୨୨ ରେ ୟୁରୋଲୋଜୀ ବିଭାଗରେ ସଫଳତା ପୂର୍ବକ ଅସ୍ତ୍ରୋପଚାର ହୋଇଥିଲା । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ଦେଖି ବାପାମାଆଙ୍କ ଖୁସି କହିଲେ ନ ସରେ । ସଭାପତି ସରୋଜିନୀ ଦିଦି ଏ ଘଟଣାର ସମସ୍ତ ଶ୍ରେୟ କଟକର ଅନ୍ୟ ଏକ ସ୍ବେଚ୍ଛାସେବୀ ସଂଗଠନ ‘ୱି କେୟାର୍’, ଆର୍ଥିକ ସହାୟତା ପ୍ରଦାନ କରିଥିବା ବାଲିମେଳା ଏଵଂ ବାଲିମେଳା ବାହାରୁ ବଦାନ୍ୟ ବ୍ୟକ୍ତି ତଥା କଟକ ବଡ଼ ମେଡ଼ିକାଲର ଡ଼ାକ୍ତର ମାନଙ୍କୁ ଦେଇଥିବା ବେଳେ ସରୋଜିନୀ ଦିଦି ଓ ‘ସହଯୋଗ ଟିମ୍’ର ଏଭଳି ନିସ୍ୱାର୍ଥପର ସେବାକୁ ବାଲିମେଳା ତଥା ମାଲକାନଗିରି ଜିଲ୍ଳାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post