ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା

ଅଗ୍ନିଶମ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ୟୁନିଫର୍ମ ଭତ୍ତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କୁ ବାର୍ଷିକ ୫,୭୦୦ ଓ ୫,୮୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛନ୍ତି।
ସେହିପରି ଆସିଷ୍ଟାଣ୍ଟ ଫାୟାର ଅଫିସରଠାରୁ ଫାୟାରମ୍ୟାନ ପର୍ଯ୍ୟନ୍ତ ସମସ୍ତଙ୍କୁ ୫,୭୦୦ଟଙ୍କା ଭତ୍ତା ମିଳିବା ବେଳେ ଲିଡିଂ ଫାୟାରମ୍ୟାନ, ଡ୍ରାଇଭର ହାବିଲଦାରଙ୍କୁ ୫,୮୦୦ ଟଙ୍କା ମିଳିବ । ହେଲେ ଜୁଲାଇ ୧ ସୁଦ୍ଧା ୬ ମାସରୁ କମ ଚାକିରିଥିବା କର୍ମଚାରୀଙ୍କୁ ଭତ୍ତା ମିଳିବ ନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.