୯ ଜଣ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି,୭/୬ ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଶ୍ରମ ବିଭାଗ,ଶିଶୁ ସୁରକ୍ଷାବିଭାଗ,ଚାଇଲ୍ଡ ଲାଇନ ଏବଂ ପୁଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।ଏହି କ୍ରମରେ ଆଜି ପୁଣି ବାଲିମେଳା ଏବଂ କୋରକୋଣ୍ଡା ଅଂଚଳରେ ଚଢାଉ କରାଯାଇଥିଲା।କୋରକୋଣ୍ଡାର ବୃଦ୍ଧାଶ୍ରମ କୋଠାଗୃହ ନିର୍ମାଣରେ ୭ ଜଣ ନାବାଳିକା କାର୍ଯ୍ୟ କରୁଥିବା ଜଣାପଡିବା ପରେ ସେଠାରେ ଚଢାଉ କରାଯାଇ ୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।ସେହିପରି ବାଲିମେଳାରେ ମଧ୍ୟ ଦୁଇ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି।ସମସ୍ତେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି।ସମସ୍ତ ୯ ଜଣ ଶିଶୁ ଶ୍ରମିକଙ୍କୁ ସିଡବ୍ଲୁସିଙ୍କ ନିକଟରେ ହାଜର କରାଯାଇଥିଲା।ସେମାନଙ୍କ ସହ ଆଲୋଚନା ପରେ ଝିଅମାନଙ୍କୁ ସ୍ବାଧର ଗୃହକୁ ପଠାୟାଇଥିବା ବେଳେ ପୁଅମାନଙ୍କୁ ଶିଶୁ ଗୃହକୁ ପଠାଯାଇଥିବା ଜଣାପଡିଛି।ତେବେ ଆସନ୍ତା ୧୨ ତାରିଖ ଦିନ ବିଶ୍ବ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଲଗାତାର ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚଢାଉ ଜାରି ରହିବ ବୋଲି କୁହାଯାଇଛି।ଗତକାଲି ୧୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।ସେମାନଙ୍କୁ ଥଇଥାନ କରାଯିବ ବୋଲି ବିଭାଗ କହିଛି।ଆଜିର ଜଢାଉରେ ସିଡିପିଓ ନାରାୟଣ ଦାସ,ଚାଇଲ୍ଡ ଲାଇନ ସଦସ୍ୟା ସୁକାନ୍ତି ବିଶ୍ବାଳ,ଶ୍ରମ ବିଭାଗ ଅଧିକାରୀ ବିଶ୍ବରଂଜନ କଅଁର ଏବଂ ମାଲକାନଗିରି ଓ ବାଲିମେଳା ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.