mobile header

ସାହିତ୍ୟ କାର୍ଯ୍ୟକ୍ରମ : ନୂଆ ସ୍ୱର ନିଆରା କଥା

ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,କବି, ସାହିତ୍ୟିକ, ଅଧ୍ୟାପକଙ୍କୁ ନେଇ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା,କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ନିଆରା ସାହିତ୍ୟ କାର୍ଯ୍ୟକ୍ରମ ନୂଆ ସ୍ୱର ନିଆରା କଥା। ଡିଭାଇନ୍ ଆବାସିକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ବିଶିଷ୍ଟ ଗୀତିକବି ଗୀତିକଳ୍ପ ହରିଶ୍ ପ୍ରଧାନ, ନ୍ୟୁଜଲାଣ୍ଡରେ ରହୁଥିବା ଓଡ଼ିଆ କବି ପ୍ରିୟଦର୍ଶୀ ଚନ୍ଦନ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ଅଧ୍ୟାପକ ଗଣେଶ ମିଶ୍ର ଏବଂ କବୀ ସୈ।ଦାମିନୀ ସ୍ୱାଇଁ। ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ କହିପାରିନଥିବା କଥା ‘ ଶୀର୍ଷକ ଚିଠିଲେଖା ତଥା ରଜଗୀତ ପ୍ରତିଯୋଗିତା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ଶ୍ରେଷ୍ଠ ଗୀତିକବି ସମ୍ମାନ, ପ୍ରିୟଦର୍ଶୀ ଚନ୍ଦନଙ୍କୁ ତଥାସ୍ତୁ କବିତା ସମ୍ମାନ,ରିତାରାଣୀ ମିଶ୍ର ଙ୍କୁ ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ,ଜିତୁ ପ୍ରଧାନଙ୍କୁ ଯୁବ କବି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ମା ଫାଉଣ୍ଡେସନ ତରଫରୁ ‘ ସାହିତ୍ୟ ପାଇଁ ଗଛଟିଏ ” ଆଧାରରେ ମହାବିଦ୍ୟାଳୟ ପରିସରରେ ଗୋଟିଏ ବୃକ୍ଷରୋପଣ କରାଯାଇଥିଲା। ପ୍ରଭାତ ମିଶ୍ର, ଦିଲ୍ଲିପ ସାହୁ,ହରପ୍ରିୟା ଦ୍ୱିବେଦୀ, ମହମ୍ମଦ ଓମାର ମଲ୍ଲିକ, ନିରଂଜନ ନାୟକ,ବିନ୍ଦୁଲତା ଷଣ୍ଡଙ୍କ ସହ ” ବହିଟିଏ ବନ୍ଧୁ ଟିଏ ” ଶୀର୍ଷକରେ ଛାତ୍ରଛାତ୍ରୀମାନେ ଦଳଗତ ଆଲୋଚନା କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.