କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଦରମା ପାଆନ୍ତି

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ଯାନ୍ଯ ମନ୍ତ୍ରୀମାନଙ୍କ ଦରମା ସେହି ରାଜ୍ୟର ବିଧାନସଭା ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ତେଣୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ସମାନ ନଥାଏ । ଯେପରିକି ତେଲେଙ୍ଗନାର ମୁଖ୍ୟମନ୍ତ୍ରୀ ଯେତିକି ଦରମା ନିଅନ୍ତି ତା’ର ୫୦ ପ୍ରତିଶତ ଦରମା ନିଅନ୍ତି ଗୋଆ ମୁଖ୍ୟମନ୍ତ୍ରୀ । ତେବେ ଆସନ୍ତୁ ଜାଣିବା କେଉଁ ମୁଖ୍ୟମନ୍ତ୍ରୀ କେତେ ଦରମା ନିଅନ୍ତି ।

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ୪ ଲକ୍ଷ ୧୦ ହଜାର ଟଙ୍କା ଦରମା ନିଅନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଅନ୍ତି ୩ ଲକ୍ଷ ୯୦ ହଜାର ଟଙ୍କା ଦରମା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୬୫ ହଜାର ଟଙ୍କା ଦରମା ନେଉଥିବା ବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୪୦ ହଜାର ଟଙ୍କା ଦରମା ନେଇଥାନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୨୫ ହଜାର ଟଙ୍କା ଦରମା ନିଅନ୍ତି ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୨୧ ହଜାର ଟଙ୍କା ଦରମା ନିଅନ୍ତି ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର ଟଙ୍କା ଦରମା ନିଅନ୍ତି । ହରିୟାନା ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୮୮ ହଜାର ଟଙ୍କା ଦରମା ନିଅନ୍ତି, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୭୨ ହଜାର ଟଙ୍କା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୫୫ ହଜାର ଟଙ୍କା ନିଅନ୍ତି ।

ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ନିଅନ୍ତି ୨ ଲକ୍ଷ ୩୦ ହଜାର ଟଙ୍କା ଦରମା ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିଅନ୍ତି ୨ ଲକ୍ଷ ୩୦ ହଜାର ଟଙ୍କା । ଗୋଆ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୨୦ ହଜାର ଟଙ୍କା ନେଉଥିବା ବେଳେ ୨ ଲକ୍ଷ ୧୫ ହଜାର ଟଙ୍କା ଦରମା ନେଇଥାନ୍ତି ବିହାର ମୁଖ୍ୟମନ୍ତ୍ରୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୫ ହଜାର ଟଙ୍କା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କେବଳ ୨ ଲକ୍ଷ ଟଙ୍କା ଦରମା ନିଅନ୍ତି ।

ସେହିପରି ସିକ୍କିମ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୯୦ ହଜାର ଟଙ୍କା ଦରମା ନେଉଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୮୫ ହଜାର ଟଙ୍କା ନିଅନ୍ତି । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୭୪ ହଜାର ଟଙ୍କା ନିଅନ୍ତି ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୪ ହଜାର ଟଙ୍କା ଦରମା ନିଅନ୍ତି ।

ଠିକ ସେହିପରି ଆସାମ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୬୦ ହଜାର ଟଙ୍କା ଦରମା ନେଉଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ଦରମା ନିଅନ୍ତି । ମେଘାଳୟର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୫୦ ହଜାର ଟଙ୍କା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୩୩ ହଜାର ଟଙ୍କା, ମଣିପୁରର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୨୦ ହଜାର ଟଙ୍କା ଓ ପୁଡ୍ଡୁଚେରୀର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୨୦ ହଜାର ଟଙ୍କା ଦରମା ନିଅନ୍ତି । ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୭ ହଜାର ଟଙ୍କାର ଦରମା ନିଅନ୍ତି ।

ସେହିପରି ମିଜୋରାମର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୪ ହଜାର ଟଙ୍କା ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୦ ହଜାର ଟଙ୍କା ଦରମା ନିଅନ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀ ସବୁଠାରୁ କମ୍ ଦରମା ଅର୍ଥାତ ମାସିକ ମାତ୍ର ୧ ଲକ୍ଷ ୫ ହଜାର ଟଙ୍କା ନିଅନ୍ତି ।

Leave A Reply

Your email address will not be published.