ଆଦିବାସୀ ଅଧ୍ୟୁଷିତ ତେଗଡାପଲ୍ଲୀ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଡିଆ, : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ତେଗଡାପଲ୍ଲୀ ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ପ୍ରକୃତି ପୂଜକ ତଥା କୋୟା ସମାଜର ବରିଷ୍ଠ ପ୍ରେମା ରହିଥିବା ରଙ୍ଗନାଥ ମାଡି ଙ୍କ ନାମରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ଓଡିଶା ଓ ଛତ୍ତିଶଗଡ଼ ର ମୋଟ ୧୬ ଟି ଦଳକୁ ନେଇ ଅନୁଷ୍ଠିତ ହୋଇଛି। ଆଜିର ଏହି ଉଦଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ପଡିଆ ଅଗ୍ନିଶମ ବିଭାଗର ବିରେନ୍ଦ୍ର ସିଂ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ରବିନ୍ଦ୍ର ମାଡି ଯୋଗ ଦେଇଥିଲେ। ଅତିଥି ମାନେ ପ୍ରଥମେ ସ୍ଵର୍ଗତ ରଙ୍ଗନାଥ ମାଡି ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଖେଳ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ଉଦଘାଟନୀ ମ୍ୟାଚ ମାଟେରୁ ଓ ବାଟେନବାଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଟସ୍ ଜିଣି ମାଟେରୁ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭର୍ ରେ ୧୦୪ ରନ୍ କରିଥିଲା। ଏହି ରନ୍ କୁ ପିଛା କରି ବାଟେନବାଡା ଦଳ ସମସ୍ତ ୱିକେଟ୍ ହରାଇ ୮୫ ରନ୍ କରି ପରାଜିତ ହୋଇଥିଲା। ଏହି ମ୍ୟାଚ ରେ ମାଟେରୁ ଗ୍ରାମର ରାମ ମାଡି ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.