ଏମ ଭି ଆଇ ଚେକିଂ ଯୋର ଦାର ମଦ ପିଇ ବାଇକ ଚଳାଉଥିବା ୭ ଗିରଫ, ଗାଡି ଜବତ

ଫୁଲବାଣୀ -17/6 ମଦ ପିଇ ଯୁବକ ମାନେ ଦ୍ରୁତ ଗତିରେ ଗାଡି ଚଳାଇବା ଫଳ ରେ ଦିନକୁ ଦିନ ଦୁର୍ଘ ଟଣା ବୃଦ୍ଧି ପାଉଥିବା ରୁ ପରିବହନ ଓ ପୋଲିସ ବିଭାଗ ଏଵେ ସକ୍ରିୟ ହୋଇପଡିଛି l ଆଉ ବିଭିନ୍ନ ଛକ ସ୍ଥାନ ରେ ଏଵେ ଚେକିଂ ଆରମ୍ଭ କରିଛି l ଗତକାଲି ଗୁରୁବାର ରାତିରେ ମଦ ପିଇ ଗାଡି ଚଳାଉଥିବା ଅଭି ଯୋଗ ପାଇ ଏଫ ସି ଆଇ ଛକ ଠାରେ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ କରାଯାଉଥିବା ବେଳେ ମଦ ପିଇ ଡ୍ରାଇଭିଂ କରୁଥିବl ସନ୍ଦେହ କରି ଟେଷ୍ଟ କରିବାପରେ ସେମାନେ ମଦ ପିଇ ଥିବା ଜଣା ପଡିବା ପରେ ପୋଲିସ ୭ ଜଣ ଙ୍କୁ ଗିରଫ କରିଥିବା ଜଣାପଡିଛି lଏଥି ସହ ସେମାନଙ୍କ ଗାଡି ମଧ୍ୟ ଜବତ ରଖିଛି ବିଭାଗ lଚଢ଼ାଉ ବେଳେ ଆର ଟି ଓ ଗତିକୃଷ୍ଣ ସାମନ୍ତରାୟ ଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ lଗତ ଏକ ମାସ ମଧ୍ୟରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଶହେ ରୁ ଉର୍ଦ୍ଧ ମଦ୍ୟପ ଗାଡିଚାଳକ ଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଛିl lଜିଲ୍ଲା ପରି ବହନ ଅଧିକାରୀ ଗତି କୃଷ୍ଣ ସାମନ୍ତରାୟ ଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠାପର ଉଦ୍ୟମ, ଅନ୍ତରିକତା,ତଥା ସର୍ବପରି ଅକ୍ଲାନ୍ତ ପରିଶ୍ରମ ଜୋଗୁଁ ଜିଲାରେ ଏବେ ପୂର୍ବାପେକ୍ଷା କମ ରାସ୍ତା ଦୂର୍ଘଟଣା ଘଟୁ ଥୁବା ଖବର ସାମନା କୁ ଅସିଛି l

Leave A Reply

Your email address will not be published.