ଗରମ ପାଣି ପଡ଼ି ବାଳିକା ଗୁରୁତର

ମାଲକାନଗିରି- ଆଜି ମାଲକାନଗିରି ସଦର ମହକୁମା ସ୍ତିତ ତଳସାହି ୱାର୍ଡ଼ ନମ୍ବର 2 ର ମାମୁନି ମହରଣା ନାମକତିନି ବର୍ଷ ର କୁନି ଛୁଆ ଖେଳୁ ଖେଳୁ ଗରମ ପାଣି ରେ ପଡି ପୁଡ଼ି ହେଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ ହୋଉଥିବା ବେଳେ,ଏହି ଖବର ପାଇ ମାଲକାନଗିରି ପୌର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବାରିକ ଚିକିତ୍ସାଳୟ କୁ ଯାଇ ଛୁଆଟି ର ଉତ୍ତମ ଚିକିତ୍ସା କି ପରି ହଇ ପାରିବ ଏ ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ | ମାମୁନି ର ଶରୀର ର ଅଧିକାଂଶ ସ୍ଥାନରେ ପୋଡ଼ି ଯାଇଛି । ତାର ପିତା ମାତା ଗରିବ ଏବଂ ଶ୍ରମିକ ଶ୍ରେଣୀ ର ତେଣୁ ଜିଲ୍ଲା ପ୍ରଶାସନ କୁ ସହାୟତା ପାଇଁ ପରିବାର ବର୍ଗ ଅନୁରୋଧ କରିଛନ୍ତି । ୱାର୍ଡ଼ କାଉନଶୀଲର ପେଣ୍ଡ୍ରl ପ୍ରସାଦ ପଣ୍ଡା, ୱାର୍ଡ଼ କାଉନଶୀଲର ତ୍ରିମାଲା ନାୟକ, ସମାଜସେବି ତଥା ବିଜେଡି କର୍ମୀ କେ. ରାହୁଲ, ସୁଧୀର ଜେନା, କିରଣ ଗୌଡ଼ ପ୍ରମୁଖ ଉପସ୍ତିତ ଥିଲେ |

Leave A Reply

Your email address will not be published.