ଜିଲ୍ଲା କଂଗ୍ରେସର ରାଲି ଓ ଗଣ ବିକ୍ଷୋଭ

ମାଲକାନଗିରି,୧୭/୬, ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଏକ ବିରାଟ ରାଲି ସହ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।କଂଗ୍ରେସର କେନ୍ଦ୍ରୀୟ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ର ବାରମ୍ବାର ଜେରା କରିବା ସହ ଦିଲ୍ଲୀ ପୁଲିସ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବା ଘଟଣାକୁ ବିରୋଧ କରି ଆଜି ବିଏସ ଏନ ଏଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।କେନ୍ଦ୍ରର ବିଜେପି ସରକାର ରାଜନୈତିକ ପ୍ରତିଶୋଧ ନେଇ ଏଭଳି କାମ କରୁଥିବା କଂଗ୍ରେସ କହିଛି।ଦେଶରେ ଏବେ ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ସାଧାରଣ ଲୋକେ ନାହିଁଥିବା ହଇରାଣ ହେଉଛନ୍ତି।ପେଟ୍ରୋଲ ଏବଂ ଡିଜେଲ ଦର ଲୋକଙ୍କୁ କନ୍ଦାଉଛି।ବିଜେପିର ସମସ୍ତ ଚାଲ କୁ ଲୋକେ ଜାଣି ସାରିଲେଣି।ଆଜି ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ବି ଏସ ଏନ ଏଲ ଅଫିସ କାର୍ଯ୍ୟାଳୟ ସମ୍ମୁଖ ରେ ନରେନ୍ଦ୍ର ମୋଦି ଙ୍କ କୁଶ ପୁତ୍ତଳିକା ଦାହ କଲେ । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଶରତ ବୁରୁଦା,ଜି ଶ୍ରୀନିବାସ ରାଓ,ପଦ୍ମ ରଞ୍ଜନ ପାଙ୍ଗି,ପର୍ଶୁରାମ ଭକ୍ତ,ଇର୍ମା ପୋଡ଼ିଆମୀ,ଭିମା ବର୍ଷେ,ପ୍ରାଣ କୃଷ୍ଣ ମଣ୍ଡଳ,ମଙ୍ଗୁ ଖିଲ,କେସୁ ରାଓ,ରଂ କୃଷ୍ଣ ଚନ୍ଦ୍ର ଅନୁଗୁ,ପୁଷ୍ପାରାଣୀ କବ।ସି ପ୍ରମୂଖ କଂଗ୍ରେସ ନେତ୍ରୁ ବର୍ଗ ଯୋଗ ଦେଇଥିଲେ ।

Leave A Reply

Your email address will not be published.