ପିଚୁ ରାସ୍ତା ର ଗୋଟିଏ ପଟେ ଘାଇ ଖାଇଛି। ଫଳରେ ବିପଦସଙ୍କୁଳ ଯାତ୍ରା କରୁଛନ୍ତି ଅଞ୍ଚଳବାସୀ।

କାଲିମେଳା ତା ୧୮/୬ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳର ମାଲାୱରମ ଗ୍ରାମ ପଞ୍ଚାୟତ ଅଧୀନ ଟିନରାଜପାଲୀ ଗ୍ରାମ କୁ ଯିବା ପିଚୁ ରାସ୍ତା ର ଗୋଟିଏ ପଟେ ତଳପଟରୁ ଘାଇ ହୋଇ ମାଟି ବାହାରି ଯାଇଛି ଉକ୍ତ ଜାଗାରେ ଉପର ର ପିଚୁ ଚଟାଣ ଚିକଣ ଦେଖାଯାଉଛି। କିନ୍ତୁ ତଳ ପଟରୁ ମାଟି ବାହାରି ତଳେ ପଟେ ଶୁଡୁଗ୍ଙ ଭଳି ହୋଇ ରହିଛି।ଯାହାକି ସମ୍ଫୃଣ୍ଣ ଭାବେ ଏ ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ବିପଦ ରହିଛି । ଏ ବାଟ ଦେଇ ପ୍ରତିଦିନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯାଆସକରନ୍ତି। ତତ୍ ସଗ୍ଙେ ସଂଗ୍ଙେ ଏଇ ବାଟ ଦେଇ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯିବା ପାଇଁ ପୋଲୁର ନଦୀ ଡଙ୍ଗା ଘାଟ କୁ ଅଞ୍ଚଳ ଲୋକ ମାନେ ଯାଇଥାନ୍ତି । ଓ ପ୍ରତିଦିନ ଛୋଟ ବଡ ଗାଡ଼ି ମଟର ଚଳାଚଳ ହୋଇ ଥାଉଛି । ଏଇ ବାଟ ରେ ଆଗକୁ ଦୁପେନକୋଣ୍ଡା ଓ ରାମ ପଲେମ ଇତ୍ୟାଦି ଗ୍ରାମ ଗୁଡ଼ିକ ରହିଛି। ଏ ଗାଁ ର ଲୋକ ମାନେ ପ୍ରତିଦିନ ଏଇ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଯାହାକି ସମସ୍ତଙ୍କର ପାଇଁ ବିପଦପୂର୍ଣ୍ଣ ଅଟେ ଏହି ରାସ୍ତା ତେଣୁ ତୁରନ୍ତ ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ‌।

Leave A Reply

Your email address will not be published.