ଯୌତୁକ ଜୁଇରେ ନବବଧୂ

ଭଲ ପାଇ କରିଥିଲେ ବିବାହ । ମାତ୍ର ତିନି ମାସ ପୂର୍ବେ ହୋଇଥିଲା ବାହାଘର । ହେଲେ ଯୌତୁକ ନିଶାରେ ସ୍ତ୍ରୀ କୁ ହତ୍ୟା କରିଛି ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଣି ଯୌତୁକ ଜୁଇରେ ଜଣେ ନବବଧୂ ଜଳିଥିବା ଖବର ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଡିମଗଡିଆ ପାତ୍ରସାହିରେ । ପାତ୍ରସାହି ଗ୍ରାମର ମୋହନ ଖିଲାର ଏବଂ ଗୋପାଳପୁର ଗ୍ରାମର ଦେବକୀ ସିଂ ଆଜକୁ ତିନି ମାସ ପୂର୍ବେ ଭଲ ପାଇ ବିବାହ କରିଥିଲେ । ଏହା ପର ଠାରୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିବା ବେଳେ ଶ୍ୱଶୁର ଘରୁ ଯୌତୁକ ଆଣିବାକୁ କହି ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିଲେ । ଶେଷରେ ଦେବକୀକୁ ବିଷ ପିଆଇ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦେବକୀଙ୍କ ବାପଘର ଲୋକେ । ଗତକାଲି ଦେବକୀ ବିଷ ପିଇଥିବା ନେଇ ତାଙ୍କ ସ୍ୱାମୀ ମୋହନ ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲେ । ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଆଜି ଦେବକୀଙ୍କର ମୃତ୍ୟୁ ହୋଇଛି । ଯାହାକି ଯୌତୁକ ପାଇଁ ନବବଧୂକୁ ତାର ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.