ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତା, ଓଡ଼ିଶା ବାଳିକା ବିଭାଗ ଚାମ୍ପିଅନ

ଭୁବନେଶ୍ୱରର ମଞ୍ଚେଶ୍ୱର ସମେଇ ଗଡ଼ିଆ ଅଞ୍ଚଳ ସ୍ଥିତ ଜେ ଏମ ସ୍ପୋର୍ଟସ ଦ୍ୱାରା ଆୟୋଜିତ ୩ ଦିନିଆ ଓପେନ କଳିଙ୍ଗ ଆମନ୍ତ୍ରଣ ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୪ ଓ ୧୬ ବର୍ଷରୁ କମ ବର୍ଗରେ ଓଡ଼ିଶା ବାଳିକା ବିଭାଗ ଚାମ୍ପିଅନ ହୋଇଛି। ଯେତେବେଳେ କି ବାକି ସମସ୍ତ ବାଳକ ଓ ବାଳିକା ବିଭାଗରେ ବେଙ୍ଗଲ ଦଳଗତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।ଉଦ୍‌ଯାପନ ଉତ୍ସବରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଦଳଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ମନୁଶ୍ରୀ ଖୁଣ୍ଟିଆ, ଶିଳ୍ପପତି ସତ୍ୟଜିତ ପଟ୍ଟନାୟକ, ଇତିଶ୍ରୀ ସାମଲ ଓ ଆନ୍ତର୍ଜାତିକ ଆଥଲେଟ ପ୍ରଣତି ମିଶ୍ର ଯୋଗଦେଇଥିଲେ।ଚଳିତ ମାସ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଆମାନ୍ତ୍ରଣ ଓପେନ ଜିମ୍ନାଷ୍ଟିକ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଯେଉଁଥିରେ ବିଭିନ୍ନ ବର୍ଗରେ ୮ ବର୍ଷରୁ ୧୭ ବର୍ଷ ପର୍ଯ୍ୟନ୍ତ ବାଳକ ଓ ବାଳିକା ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମହାରାଷ୍ଟ୍ର , ତାମିଲନାଡୁ , ବିହାର, ବେଙ୍ଗଲ, କେରଳ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରୁ ଉଭୟ ବର୍ଗରେ ୨୫୦ ପ୍ରତିଯୋଗୀ ଭାଗ ନେଇଥିଲେ।ଜେ ଏମ ସ୍ପୋର୍ଟସର ଅଧ୍ୟକ୍ଷା ମୀରାରାଣୀ ଦାସ ଓ ସଂପାଦକ ଯସବନ୍ତ ଦାସଙ୍କ ସମେତ ସଂଗଠନର ସ୍ୱାଗତିକା ମୁଦୁଲି, ସୁବ୍ରତ ମହାପାତ୍ର, ପ୍ରଦୀପ ସାହୁ ଓ ଅଶୋକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.