ବାରିପଦା ରେ କିଛି ସମୟ ପାଇଁ ଭାରତ ବନ୍ଦ ର ପ୍ରଭାବ।

ଭାରତର ଏକତା ଏବଂ ଅଖଣ୍ଡତାକୁ ବିପଦରେପକାଉଥିବା ଶକ୍ତି ବିରୁଦ୍ଧରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ତଥା ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚାର ରାଷ୍ଟ୍ରୀୟ ସଂଯୋଜକ ମା,ଓ୍ବାମନ ମେଶ୍ରାମ୍ ସାହେବ ଙ୍କ ଆହ୍ଵାନ କ୍ରମେ ସାରା ଭାରତ ବର୍ଷରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ସ୍ଥିତ ମୂର୍ଗାବାଡି ଠାରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ର ରାଜ୍ୟ ସଭାପତି ମୋହନ ବାସ୍କେ ଏବଂ ଭାରତ ମୁକ୍ତି ମୋର୍ଚ୍ଚା ର ଜିଲ୍ଲା ସଭାପତି ଭାଦୁରାମ ସରେନ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ କିଛି ସମୟ ୧୮ ନମ୍ବର ଜାତୀୟ ରାଜପଥ ମୁର୍ଗାବାଡି ଠାରେ ବନ୍ଦ ପାଳନ କରିଥିଲେ।ଫଳରେ କିଛି ସମୟ ଜାତୀୟ ରାଜପଥ ରେ ଗାଡିମୋଟର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ତେବେ ସେଠାରେ ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଗାଡି ଚଳାଚଳ କୁ ସ୍ୱାଭାବିକ କରିଥିଲେ।

Leave A Reply

Your email address will not be published.