ଶିଶୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାଲାଗି ଜିଲାପାଳ ଙ୍କ ପରାମର୍ଶ

ଫୁଲବାଣୀ -28/6 ମଙ୍ଗଳବାର ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଉପସ୍ଥିତିରେ ଶିଶୁସୁରକ୍ଷା କମିଟୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ ଶିଶୁ ସୁରକ୍ଷା ନେଇଜିଲ୍ଲା ରେ ଚାଲିଥିବା ପି ଏମ କେଆର, ଆଶୀର୍ବାଦ ଯୋଜନା, ବିଜୁ ଶିଶୁ ସୁରକ୍ଷା ଆଦି ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ l ଜିଲାପାଳଆଶିଶ ଈଶ୍ୱର ପାଟିଲ ଜିଲାରେ ଶିଶୁମାନେ ଯେପରି ସୁରକ୍ଷିତ ରହିପାରିବେ, ସେମାନଙ୍କ ଉଚିତ ଯତ୍ନନେବାଦିଗରେ ସ୍ଵେଛା ସେବୀ ସଂଗଠନ, ଓ ଅବିଭାବକ ଓ ହଷ୍ଟେଲ ରେ ରହୁଥିବା ଶିଶୁ ମାନଙ୍କ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦ୍ରୁଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ l ସେହିପରି ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ପ୍ରତି ନଜର ରଖିବାଲାଗି ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସେହିପରି ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଜିଲାପାଳ ପାଟିଲ l ଅନ୍ୟମାନଙ୍କ ମଧ୍ୟରେ ସି ଡବ୍ଲୁ ସି ଅଧ୍ୟକ୍ଷ ଅଶୋକ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ଅତିରିକ୍ତ ଏସ ପି, ସି ଡି ଏମ ଓ, ଚା ଇଲଡଲାଇନ ନିର୍ଦେଶକ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସୂ ଚିନ୍ତିତ ମତ ଦେଇଥିଲେ l

Leave A Reply

Your email address will not be published.