mobile header

ଅସରାଏ ବର୍ଷା ରେ ମୋ ସରକାରଙ୍କ 5T ସ୍କୁଲ ବେହାଲ

ହରଭଙ୍ଗା :02/07 ସରକାରଙ୍କ 40ଲକ୍ଷ୍ୟ ଅଟକଳ ଅନୁଦାନ ରେ ତିଆରି ହେଉଥିବା 5T ସ୍କୁଲ ର ଅବସ୍ଥା ଅସରାଏ ବର୍ଷା ରେ ପାଣି ଜମିବା ଦେଖିବାକୁ ମିଳିଛି!ଘଟଣା ଟି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଉଚ୍ଚ ବିଦ୍ୟାଳୟ ରେ!ସୂଚନା ମତେ ଏହି ସ୍କୁଲ ଟି କୁ 5T ସ୍କୁଲ ରେ ରୂପାନ୍ତରିତ କରିବା ପାଇଁ 40ଲକ୍ଷ୍ୟ ଟଙ୍କା ସରକାରୀ ଅନୁଦାନ ଦିଆଯାଇଛି ଏବଂ କାମ ମଧ୍ୟ ଅଧାରୁ ଅଧିକ ସରିଯାଇଛି!କିନ୍ତୁ ଗତ କାଲି ଟିକିଏ ବର୍ଷା ରେ ସ୍କୁଲ ପରିସରରେ ତିଆରି ହୋଇଥିବା ରାସ୍ତା ରେ ପାଣି ଜମିରହୁଥିବାର ଦେଖିବାକୁ ମିଳିଛି ଏବଂ ଏକ ବଡ଼ ପୁରୁଣା କୃଷ୍ଣଚୁଡା ଗଛ ଉପୁଡି ପଡି ସ୍କୁଲ ଉପରେ ପଡିଛି! ପିଲା ପାଠ ପଢ଼ୁଥିବା ସମୟରେ ଗଛ ଟି ଏପରି ହୋଇଥିଲେ ପିଲାଙ୍କ ଅବସ୍ଥା କଣ ହୋଇଥାନ୍ତା? ଏପଟେ ସରକାରୀ ଯନ୍ତ୍ରୀ ରାସ୍ତା ତିଆରି ସମୟରେ ତଦାରଖ କରିଥିଲେ କି ନଁl?କି ଠିକାଦାର ଙ୍କ ସହିତ ମଧୁଚନ୍ଦ୍ରିକାରେ ଏହି କାମ ଚାଲୁଛି ଯେ ଅସରାଏ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହୁଛି ଏବେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି!

Leave A Reply

Your email address will not be published.