ନିର୍ବାହୀ ଅଧିକାରୀ ଙ୍କୁସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଧନା


ଫୁଲବାଣୀ -04/07
ଅବସରପ୍ରାପ୍ତ ୨ ଜଣ ପଂଚାୟତ ନିର୍ବାହୀ ଅଧିକାରୀ ଙ୍କୁ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ଗତକାଲି ରବିବାର ଉଛସ୍ବୀତ ସମ୍ବର୍ଧନା ଦିଆଯାଇଥଲା lପଂଚାୟତ ନିର୍ବାହୀ ଅଧିକାରୀ ଦିଗାମ୍ବର ମହାପାତ୍ର, ଓ ତ୍ରିନାଥ ଠାକୁର ବିଶୋଇ ଦୀର୍ଘ ବର୍ଷ କାଳ ଜିଲାର ବିଭିନ୍ନ ପଂଚାୟତ ଗୁଡିକରେ ନିଯୁକ୍ତି ପାଇଁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ l
ଶ୍ରୀ ମହାପାତ୍ର ବାଲି ଗୁଡା ଓ ଶ୍ରୀ ବିଶୋଇ ଖଜୁରୀପଡା ବ୍ଲକ ରୂ ଅବସର ଗ୍ରହଣ କରିଥିଲେ l
ତେଵେ ବିଶୋଇ ଅବସର ର ଶେଷ ଦିନ ରେ ବି ଅଫିସ କାର୍ଯ୍ୟ କରିଥିଲେ ମଧ୍ୟତାଙ୍କୁ ବ୍ଲକ ପକ୍ଷରୁ ବିଡ଼ିଓ ଅବସର କାଳୀନ ସମ୍ବର୍ଧନା ମଧ୍ୟ କୁଆଡେ ଦେଇନଥିଲେକିମ୍ବା ଭଲ ଭାବେ କଥା ବି ହୋଇନଥିଲେ ବୋଲି ସଙ୍ଘ ସଭାପତି ପଦ୍ମଚରଣ ମହାନ୍ତି କ୍ଷୋଭ ପ୍ରକାଶ କରିଥିଲେ l
ଏହି ଅବସର ରେ ଆୟୋଜିତ ସଭା ରେ ସମ୍ପାଦକ ମହେଶ ପଟନାୟକ, ଜଗନାଥ ରଣା, ଉପସଭାପତି, ପ୍ରମୁଖ ଯୋଗ ଦେଇ ପୁଷ୍ପଗୁଚ୍ଛ, ଉପହାର ଦେଇ ସମ୍ବର୍ଦ୍ଧିତ କରିବା ସହ ଅବସର କାଳୀନ ଜୀବନ ସୁଖମୟ ହେଉ ବୋଲି କହିଥିଲେ l
ସେହିପରି ସଙ୍ଘ ପକ୍ଷରୁ ପ୍ରକାଶ ମହାନ୍ତି, କୁମର ମଣି ମଲ୍ଲିକ, ତ୍ରିଲୋଚନ ଖମାରି, ସୁଶାନ୍ତ ପ୍ରଧାନ ଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବା ରୂ ସେମାନଙ୍କୁ ମଧ୍ୟ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯଇଥିଲା l

Leave A Reply

Your email address will not be published.