ମାଲଲକାନଗିରି ମ୍ୟୁନିସପାଲିଟିରେ ମଧ୍ୟ ରାସନ୍ କାର୍ଡ ପାଇଁ ଟଂକା ଆଦାୟ ଅଧ୍ୟକ୍ଷ ମନୋଜ କର୍ମଚାରୀଙ୍କୁ ତାଗିଦ କଲେ

ମାଲକାନଗିରି,୭/୭ କୋରାପୁଟ ଜିଲ୍ଲାର ଜୟପୁର ମ୍ୟୁନିସପାଲଟିରେ ଗତ ଦୁଇ ଦିନ ତଳେ କିପରି ଜନ୍ମ ପଞ୍ଜିକରଣର ସର୍ଟିଫିକେଟ ପାଇଁ ଜବରଦସ୍ତ ୩୫୦ ଟଂକା ଆଦାୟ କରାଯାଉଥିଲା।ସେନେଇ ଭିଡିଓ ଭାଇରାଲ ହେବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଗଲା।ଏହି ଘଟଣା ଥମିନଥିବା ବେଳେ ଏବେ ମାଲକାନଗିରି ମ୍ୟୁନିସପାଲିଟିରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।ଏମଭି-୪୨ ଗ୍ରାମର ପରିତୋଷ ବିଶ୍ବାସ ଏବଂ ତାଂକର ମାଆ ମୀନତି ବିଶ୍ବାସ ମାଲକାନଗିରି ମ୍ୟୁନିସପାଲଟିକୁ ଆସି ନିଜର ଚାଉଳ କାର୍ଡକୁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବର୍ତନ କରିବା ପାଇଁ ବାରମ୍ବାର ଡିଟିପି ଅପରେଟର ସୁଦେବ ମଣ୍ଡଳଙ୍କୁ ନେହୁରା ହେଉଥିଲେ ମଧ୍ୟ ସେ ୨ ହଜାର ଟଂକା ନଦେଲେ କାମ ହୋଇପାରି ନାହିଁ ବୋଲି ସଫା ସଫା ମନା କରିଦେଉଥିଲେ।ତେବେ ପରିତୋଷ ଜଣେ ଅତି ଗରିବ ଲୋକ ହୋଇଥିବାରୁ ସେ ଏହି କଥାକୁ ଭିଡିଓ ରେକର୍ଡିଂ କରିପାରିନଥିଲା।କିନ୍ତୁ ନୂତନ ଭାବେ ଦାୟୀତ୍ବ ନେଇଥିବା ଅଧ୍ୟକ୍ଷ ମନୋଜ ବାରିକଙ୍କୁ ଅଭିଯୋଗ କରିଥିଲା।ମନୋଜ ବାରିକ ଏହା ସତ ନା ମିଛ ଜାଣିବା ପାଇଁ ତୁରନ୍ତ ୨ ହଜାର ଟଂକା ଦେବାକୁ କହିଥିଲେ।ପରିତୋଷ ଡିଟିପି ଅପରେଟର ସୁଦେବକୁ ୨ ହଜାର ଟଂକା ଦେବା ପରେ କାମ ହୋଇଯିବ ବୋଲି ସେ କହିଥିଲା।ଏହି ସମୟରେ ମନୋଜ ସୁଦେବକୁ ଧରିଥିଲେ।ତୁରନ୍ତ ନିଜ କକ୍ଷକୁ ଡାକିବା ସହ ଅନ୍ୟ କର୍ମଚାରୀମାନଙ୍କ ସହ ଯୋଗାଣ ଅଧିକାରୀ,ନିର୍ବାହୀ ଅଧିକାରୀଙ୍କୁ ଡାକି ଏ ସମସ୍ତ ବିଷୟରେ ଅବଗତ କରାଇଥିଲେ।ସୁଦେବକୁ ଟଂକା କାହିଁକି ନେଲ ବୋଲି ପଚାରିବାରୁ ସେ କିଛି କହିନଥିଲା।କିନ୍ତୁ ଟଂକା ନେବା କଥାକୁ ସ୍ବୀକାର କରିଥିଲା।ତେବେ ଯୋଗାଣ ଅଧିକାରୀ କୁମୁଦମୟ ଗମାଙ୍ଗ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ କହିବେ ବୋଲି ପ୍ରକାଶ କରିଥିଲେ।ତେବେ ସେ କିପରି ଜଣେ ଡିଟିପି ଅପରେଟର ଟଂକା ନେଉଥିବା କଥା ଜାଣିନାହାନ୍ତି ସଂଦେହ ସୃଷ୍ଟି କରୁଛି।ଏହା ଦୀର୍ଘ ଦିନ ହେଲା ଚାଲିଆସୁଥିବା ସ୍ଥାନୀୟ ଲୋକେ କହିଥିଲେ।ସମସ୍ତଙ୍କ ଅଗୋଚରରେ ଏଭଳି କାମ ଚାଲିଥିବା କୁହାଯାଇଛି।ତେବେ ସର୍ଭିସ ପ୍ରଭାଡରମାନଙ୍କ ଦ୍ବାରା ଏହି ଡିଟିପି ଅପରେଟରମାନେ ନିଯୁକ୍ତି ପାଇଥାନ୍ତି।ଦରମା ପାଇବା ସହ ମୋଟା ଅଂକର ଉତ୍କୋଚ ନେଇ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି।ତେବେ ଜିଲ୍ଲା ଯୋଗାଣ ବିଭାଗ କି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା।ତେବେ ମ୍ୟୁନିସପାଲଟିରେ ଅନ୍ୟ ବିଭାଗରେ କିପରି କାମ ଚାଲିଛି ତାହାକୁ ମଧ୍ୟ ଅଧ୍ୟକ୍ଷ ମହୋଦୟ ତଦାରଖ କରନ୍ତୁ ବୋଲି ଦାବି ହୋଇଛି।

Leave A Reply

Your email address will not be published.