ମଧୁବାବୁଙ୍କ ପ୍ରତିମୂର୍ତୀ ତଳେ ଧାରଣା ଓ ବିକ୍ଷୋଭ

ଉଦଳା –
ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ତଳେ ଝାଡୁ ଧରି ଧାରଣା । ଧାରଣାରେ ବସିଲେ କାର୍ଯ୍ୟରତ ଝାଡୁଦାର । ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ଅଧିନରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ଝାଡୁ ଧରି ପ୍ରତିମୂର୍ତି ତଳେ ଧାରଣାରେ ବସିଛନ୍ତି । ଉଦଳା ହାଇସ୍କୁଲ ଛକରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ବର୍ଦ୍ଧିତ ଦରମା ବାବଦରେ ଆଲୋଚନା କରିବାକୁ ଯାଇଥିବା ବେଳେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ର୍ଦୁବ୍ୟବହାର କରିବା ଏବଂ ବାରମ୍ବାର ଘୋଷଣା ପରେ ମଧ୍ୟ ସେମାନଙ୍କୁ ବର୍ଦ୍ଧିତ ଦରମା ନ ମିଳିବା ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାଫଳରେ ଉଦଳାରେ ସଫେଇ କାର୍ଯ୍ୟ ଠପ୍ ହୋଇଯାଇଛି । ତୁରନ୍ତ ସେମାନଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ କରାଯିବା ସହିତ ଏନଏସି ଅଧିକାରୀ ସେମାନଙ୍କୁ ବାରମ୍ବାର ର୍ଦୁବ୍ୟବହାର କରୁଥିବାରୁ ତାଙ୍କର ବଦଳି ଦାବି କରିଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.