କବିତା ହତ୍ୟା ମାମଲାରେ ଦୋଷୀ କୁ ଗିରଫ ଦାବୀ

ଫୁଲବାଣୀ 12/07
ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡା ର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣା ରଅତିଶୀଘ୍ର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏ ବି ଭି ପି ଦାବୀ କରିଛି l ଏ ନେଇ ଆଜି ଜିଲ୍ଲା ସହ -ସଂଯୋଜିକା ରାଜନନ୍ଦୀନି ସାହାଣୀ ଙ୍କ ନେତୃତ୍ୱରେ ଏ ବି ଭି ପି କନ୍ଧମାଳ ଜିଲ୍ଲା ର ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଯଦି ଆଗାମୀ ଦିନରେ ଦୋଷୀ ଙ୍କୁ ଚି଼ହ୍ନଟ କରି କଡା କାର୍ଯ୍ୟାନୁଷ୍ଠାନ କରା ନ ଯିବ ତେବେ ଏ ବିଭିପି ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି l କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ବିଭିଗା ଏସ ଏଫ ଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ, ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା ଆଦି ଦାବିପତ୍ର ପ୍ରଦାନ କରି ଥିଲେ l

Leave A Reply

Your email address will not be published.