mobile header

ଘରୋଇ ବ୍ୟାଙ୍କରେ ସୁନା ଋଣ ନାମରେ ଅର୍ଥ ଲୁଟ ଅଭିଯୋଗ ।


ମାଲକାନଗିରି, ୧୩।୭ (): ବ୍ୟାଙ୍କରେ ସୁନା ଋଣ ନାମରେ ଅର୍ଥ ଲୁଟ ଅଭିଯୋଗ । ମାଲକାନଗିରି ଜିଲ୍ଲାରେ ଏକ ଘରୋଇ ବ୍ୟାଙ୍କରେ ସୁନା ଋଣର ମହା ଜାଲିଆତି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଜିଲ୍ଲାରେ ଥିବା ଡିସିବି ବ୍ୟାଙ୍କର ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସୌମ୍ୟ ରଞ୍ଜନ ଦାସ ଆକ୍ସିସ ବ୍ୟାଙ୍କର କିଛି କର୍ମଚାରୀଙ୍କୁ ନିଜ ହାତ ବାରିଶି କରି ଚଞ୍ଚକତା କରି ସୁନା ରୁଣ ନେଉ ଥିଲେ । ନିକଟରେ ଦୁଇଟି ବ୍ଲାଙ୍କ ଚେକ୍ ଦେଇ ପ୍ରାୟ ୨୫ ଲକ୍ଷ ଟଙ୍କାର ବନ୍ଧକ ଥିବା ସୁନା ନେଇଯିବା ସହ ବ୍ୟାଙ୍କରୁ ମୋଟା ଅଙ୍କର ରୁଣ ନେଇ ସୌମ୍ୟ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ତେବେ ଘଟଣା ସମ୍ପର୍କରେ ଆକ୍ସିବ୍ୟାଙ୍କର ଅଧିକାରୀ ମାନେ ଜାଣିବା ପରେ ସୌମ୍ୟ ୪ ଟି ସୁନା ଋଣ ପରିଶୋଧ କରିଥିବା ବେଳେ ପ୍ରାୟ ଦେଢ କୋଟି ଟଙ୍କାର ଆହୁରି ସୁନା ରୁଣ ବାବଦକୁ ସେ ଠକେଇ କରି ଫେରାର ରହିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଆକ୍ସିସ ବ୍ୟାଙ୍କର ଶାଖା ପରିଚାଳକ ସୁନିଲ କୁମାର ଦାସଙ୍କୁ ଏନେଇ ପଚାରିବାରୁ ସେ ଗତ ଏକମାସ ପୂର୍ବେ ଏଠାରେ ଶାଖା ପରିଚାଳକ ଭାବେ ଯୋଗ ଦେଇଛନ୍ତି ଏବଂ ପୂର୍ବରୁ କଣ ହୋଇଛି ତାହା ଜଣାନଥିବା ପ୍ରକାଶ କରିଥିଲେ । ତେବେ ଅଡିଟ ହେବା ପରେହିଁ ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.