୩୦ଜଣ ସାଧାରଣ ଲୋକ ଓ ବୟସ୍କ ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ପ୍ରଦାନ

ଚିତ୍ରକୋଣ୍ଡା:-15/07/2022-ସରକାର ତଥା ପ୍ରଶାସନ ବିଭିର୍ଣ୍ଣ ଶ୍ରେଣୀର ଭତ୍ତା ଆକାଉଣ୍ଟ ଜରିଆରେ ଦେବା ପାଇଁ ଘୋଷଣା କରି ଦେଉଥିବା ଫଳରେ ବ୍ୟାଙ୍କ ସେବା ନଥିବା ଏବଂ ନେଟୱାର୍କ ବ୍ୟବସ୍ଥା ନଥିବାରୁ ଏବଂ ଗ୍ରାହକ ସେବା କେନ୍ଦ୍ର ନଥିବାରୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଆଠ ଗୋଟି ପଞ୍ଚାୟତ ଏବଂ ଉପାନ୍ତ ଅଞ୍ଚଳର ତିନି ଗୋଟି ପଞ୍ଚାୟତ ର ସାଧାରଣ ତଥା ଅତିଷୟ ବୟସ୍କ ବୃଦ୍ଧା,ବୃଦ୍ଧି ମାନଙ୍କୁ ବ୍ୟାଙ୍କ ରୁ ଭତ୍ତା ନେବାରେ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଥିଲା ସେମାନଙ୍କ ପାଇଁ ବ୍ୟାଙ୍କ କୁ ଉଠାଇ ଆସିବାକୁ ଥିଲା ବଡ଼ ସମସ୍ୟା କାରଣ ଚିତ୍ରକୋଣ୍ଡା ବ୍ଲକ ର ସ୍ଥାନୀୟ ଚିତ୍ରକୋଣ୍ଡା ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଭତ୍ତା ଟଙ୍କା ଉଠାଇବାକୁ ଲହୁ ଲୁହାଣ ହେବାକୁ ପଡେ ସେମାନଙ୍କୁ ବହୁ ଦୂର ଦୁରାନ୍ତର ନଦୀ, ପାହାଡ଼ ଓ ଘାଟି ରାସ୍ତା ଦେଇ ଆସି ଅଯଥା ଖର୍ଚ୍ଚlନ୍ତ ଓ ଶାରୀରିକ କଷ୍ଟ ଭୋଗିବାକୁ ପଡୁଥିବା ଏବଂ ବିଭିର୍ନ ପଞ୍ଚାୟତ ତରଫରୁ ଜିଲା ତଥା ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଉକ୍ତ ସମସ୍ୟା କୁ ଆଖି ଆଗରେ ରଖି ଚିତ୍ରକୋଣ୍ଡା ବିଡ଼ିଓ ଜିଲା ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆଜି ଚିତ୍ରକୋଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମର ମାଡ଼କାମି ଏବଂ ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ସିଦ୍ଧାର୍ଥ ନାୟକ ଙ୍କ ମିଳିତ ଉଦ୍ୟମରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଠାରେ 30 ଜଣ ସାଧାରଣ ତଥା ଅତିଷୟ ବୟସ୍କ ବୃଦ୍ଧା ବୃଦ୍ଧି ମାନଙ୍କୁ ବିଭିର୍ନ ଭତ୍ତା ପ୍ରଦାନ କରାଯାଇ ଶୁଭରମ୍ବ କରାଯାଇଥିଲା l

Leave A Reply

Your email address will not be published.