ପ୍ରାକ୍ ନିର୍ବାଚନୀ ହିଂସା। ସଭାପତି ଙ୍କ ସମେତ ସାତ ଜଣ ନିର୍ଦ୍ଦେଶକ ଙ୍କୁ ଉଠାଇନେଲା ପୋଲିସ।



ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସ ପୁର ପେକ୍ସ ସଭାପତି ସମେତ ୭ ଜଣ ନିର୍ଦ୍ଦେଶକ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ମନ ମୁଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଗତକାଲି ବିଲାଶ ପୁର ପେକ୍ସ ନିର୍ବାଚନ ଥିଲା।ପ୍ରଭାସ ଚନ୍ଦ୍ର ଖେତି ଏବଂ କୁଳମଣି ବସ୍ତିଆ ଏହି ପଦବୀ ନିମନ୍ତେ ପ୍ରତିଦ୍ବନ୍ଦିତା କରିଥିଲେ।ଚଉଦ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ନିର୍ଦ୍ଦେଶକ ରବି ଚନ୍ଦ୍ର ସାହୁ ଜେଲ ରେ ଥିବାରୁ ଭୋଟ ଦାନରୁ ବଞ୍ଚିତ ହୋଇଥିବା ବେଳେ ଆଉ ଜଣେ ଅନୁପସ୍ଥିତ ରହିଥିଲେ।କୁଳମଣି ବସ୍ତିଆ ୩ ଗୋଟି ଭୋଟ ପାଇଥିବା ବେଳେ ପ୍ରଭାସ ଖେତୀ ୯ ଗୋଟି ଭୋଟ ପାଇ ବିଜୟୀ ହୋଇଥିଲେ।ନିର୍ଦ୍ଦେଶକ ପଦବୀ ନିର୍ବାଚନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ , ପ୍ରତିଆକ୍ରମନ ହୋଇଥିଲା।ଏହି ଘଟଣାରେ ପୋଲିସ ପୂର୍ବରୁ ବିକାସ ସାହୁ,କୁନାଲ ସାହୁ, ପ୍ରଦୂମନ ସାହୁ,ବିଜନ ସାହୁ,ଅମୂଲ୍ୟ କ୍ଷେତି,ତଙ୍କାଧର ଖେତି,ପୁରହିତ ସୁନା,ମେଘନାଦ ସାହୁ ଏବଂ ରବୀନ୍ଦ୍ର ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନେ ବର୍ତ୍ତମାନ ଜେଲ ରେ ଅଛନ୍ତି।ଅଜ୍ଞାତବାସ ରେ ଥିବା ଅପର ଗୋଷ୍ଠୀର ନ ନିର୍ଦ୍ଦେଶକ ସଭାପତି ନିର୍ବାଚନ ପାଇଁ ଭୋଟ ଦେବାକୁ ଆସିଥିଲେ ।ଗଣ୍ଡଗୋଳ ଆଶଙ୍କାରେ କରି ବୁଥ ରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ବୌଦ୍ଧ ଏସ ଡି ପି ଓ କନକ ବର୍ଦ୍ଧନ ଗୁରୁ,କଣ୍ଟାମାଳ ଥାନା ଇନ୍ ଚାର୍ଜ ରେ ଥିବା ଡି ଏସ ପି ତପଶ୍ୱନି କହଁର ,ମନ ମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ଭୋଟ ଦାନ ପରେ ଗୋଷ୍ଠୀ ସଂଘର୍ଷ ରେ ସଂପୃକ୍ତ ଥିବା ଆଠ ନିର୍ଦ୍ଦେଶକ ପ୍ରଭାସ ଖେତ୍ତି,ସୁବେଦାର ଲଳିତ କୁମାର ସାହୁ, କର୍ମୁ ସାଗର,ଅରବିନ୍ଦ ମହାକୁଡ,ଜୟନ୍ତ ମହାକୁଡ,ନିରଞ୍ଜନ ଖମାରୀ,ବିମଳ ଭୋଇ,କରୁଣା ନାଗ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବୌଦ୍ଧ ଜେଲ୍ କୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।ଏହି ନିର୍ବାଚନ ରେ ନିର୍ବାଚନ ଅଧିକାରୀ ଭାବେ ଲଡ଼ୁ କିଶୋର ସାହୁ ରହିଥିବା ବେଳେ ପରିଚାଳନା କରିଥିଲେ ପ୍ରଦୁସ କୁମାର ଦନ୍ତା ।ଏହି ପ୍ରାକ୍ ନିର୍ବାଚନୀ ହିଂସା ଉକ୍ତ ପଞ୍ଚାୟତରେ ଥମିବାର ନାଁ ଧରୁନଥିବା ବେଳେ ଆଗାମୀ ଦିନରେ ଉକ୍ତ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ପ୍ରତିଦିନ ବିଳାସ ପୁର ଅଞ୍ଚଳରେ କଡାକଡି ନଜର ରଖିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.