ଉଭର ପ୍ରଦେଶ ଇଟାଭାଟି ମାଲିକ ପାଖରେ ଗରିବ ଆଦିବାସୀ ଶ୍ରମିକଙ୍କ ୧ଲକ୍ଷ ଟଙ୍କା ବାକି: ଶ୍ରମିକ ମାନେ ଥାନାର ଦ୍ବାରସ୍ଥ

ବରଗଡ,ତା ୧୭ ୵ ୭
ବରଗଡ ଜିଲ୍ଲାର ପାଇକମାଲ ବ୍ଳକ ଅନ୍ତର୍ଗତ ଭୁବନେଶ୍ବରପୁର ଗ୍ରାମ ପଞ୍ଚାୟତ କପିଲାସପୁର ଗ୍ରାମର ଭୂମିହୀନ,
ଗରିବ,ଆଦିବାସୀ ପରିବାରର ୯ ଜଣ ସଦସ୍ୟ ଇଟା ଗଢିବା ପାଇଁ ଉତ୍ତର ପ୍ରଦେଶ ର ଆମ୍ବେଦକର ଜିଲ୍ଲା ଅନ୍ତର୍ଗତ ଦେହଟ ଗ୍ରାମ ଠାରେ ଏକ ଇଟା ଭାଟି ମାଲିକଙ୍କ ପାଖରେ ଗତ ପ୍ରାୟ ୪ ମାସ କାର୍ଯ୍ଯ କରିଥିଲେ । ନୂଆଁପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ବେଲଟୁକୁରି ଗ୍ରାମର ଜଣେ ମଧ୍ୟସ୍ଥି ଶ୍ରୀ ଗିରିଶ ଚନ୍ଦ୍ର ଚନ୍ଦ୍ରକାର ଙ୍କ ଜରିଆରେ ଉତ୍ତର ପ୍ରଦେଶ କୁ ଯାଇ ଇଟାଭାଟି ମାଲିକ ଶ୍ରୀ ମାନିକ ଚାନ୍ଦ ଚୌରେସିଆ ଙ୍କ ଇଟାଭାଟି ରେ ଗତ ତା ୧୯ ୵ ୧ ୵ ୨୦୨୨ ରୁ ତା ୨୧ ୵ ୫ ୵ ୨୦୨୨ ପର୍ଯ୍ୟନ୍ତ ଇଟାଭାଟି କାର୍ଯ୍ଯରେ ଏହି ୯ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଉତ୍ତର ପ୍ରଦେଶ ଯିବା ପୂର୍ବରୁ ଜଣ ପ୍ରତି ୮ ହଜାର ଟଙ୍କା ଅଗ୍ରମ ଦିଆ ଯାଇଥିଲା ବୋଲି ଶ୍ରମିକ ମାନେ ଉଲ୍ଲେଖ କରିଛନ୍ତି । ୪ ମାସ ଇଟାଭାଟି ରେ କାର୍ଯ୍ଯ କଲାପରେ ଗାଁକୁ ଫେରିବା ବେଲେ ଅଗ୍ରିମ ଛାଡି ବକେୟା ଶ୍ରମ ଟଙ୍କା ମିଳି ନ ଥିବାରୁ ଏହି ଶ୍ରମିକ ମାନେ ସପରିବାର ପାଇକମାଲ ଥାନାକୁ ଆସି ଥାନା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଇଟାଭାଟି ମାଲିକ ଶ୍ରୀ ଚୌରେସିଆ କୁ କହିଲେ ମଧ୍ଯସ୍ଥି ଶ୍ରୀ ଚନ୍ଦ୍ରକାର ଟଙ୍କା ନେଇଥିବା କହୁଥିବା ବେଳେ ମଧ୍ୟସ୍ଥି ମାଲିକ ଟଙ୍କା ଦେଊ ନ ଥିବା ପ୍ରକାଶ କରୁଛି । ଶେଷରେ ଅନ୍ଯ ଉପାୟ ନ ପାଇଁ କପିଲାସପୁର ଗ୍ରାମର ଶ୍ରମିକ ମାନେ ଶ୍ରୀ ନଗୁଦେବ ମହାଲିଙ୍ଗ,ଶ୍ରୀମତୀ ପାନବତି ମହାଲିଙ୍ଗ,ସରଜ ମହାଲିଙ୍ଗ,
ତିଲକ ଅମରୀ,ମନୁ ମହାଲିଙ୍ଗ,ଗୋରେଖ ଅମରୀ,ଅନୁତମ ବଣ୍ଟକା,ଶ୍ରୀମତୀ ତୁଲସା ମହାଲିଙ୍ଗ,ଶ୍ରୀମତୀ ସୁବଲବାଇ ଅମରୀ ପ୍ରମୁଖ ପାଇକମାଲ ଥାନାରେ ଲିଖିତ ରିପୋର୍ଟ ଦେଇଛନ୍ତି । ଏବେ ଏହି ଗରିବ ଆଦିବାସୀ ଶ୍ରମିକଙ୍କ ଘରେ ଖାଇବାକୁ ଦାନା ନାହିଁ । ରିପୋର୍ଟ ଗ୍ରହଣ କରିଥିବା ପୋଲିସ ସବ ଇନ୍ସପେକ୍ଟର ଶ୍ରୀମତୀ ଚୁମକି ପ୍ରଭା ନାଥ ଶ୍ରମିକଙ୍କ ପାଉଣା ଯୋଗାଇ ଦେବାର ବ୍ଯବସ୍ଥା କରାଯାଉଛି ବୋଲି କହିଛନ୍ତି ।

Leave A Reply

Your email address will not be published.