ଉପଜିଲ୍ଲାପାଳ ବାଣ୍ଟିଲେ ଜମି ପଟ୍ଟା ତହସିଲ କାର୍ଯ୍ୟାଳୟ କାଲିମେଳା ରେ ।

କାଲିମେଳା , ୧୮ / ୭ : ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ କାଲିମେଳା ଗସ୍ତ କରି ୧୧ଟି ସ୍କୁଲ ଓ ୨୮ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏମ୍‌ଭି – ୭୨ ବିବେକାନନ୍ଦ ବିଦ୍ୟାପୀଠ , ଏମ୍‌ପିଭି – ୨୯ ରବିନ୍ଦ୍ର ବିଦ୍ୟାପୀଠ , ଏମ୍‌ପିଭି ୮୨ ସ୍ବାମୀ ବିବେକାନନ୍ଦ ବିଦ୍ୟାଭବନ , ଗମ୍ପାକୋଣ୍ଡା ଏସ୍ଏସ୍ ହାଇସ୍କୁଲ , ମାନ୍ୟମକୋଣ୍ଡା ୟୁଜି ହାଇସ୍କୁଲ , ଏମ୍‌ଭି – ୫୫ ଅରବିନ୍ଦ ହାଇସ୍କୁଲ , ଅନନ୍ତପାଲୀ ଏସ୍ଏସ୍ ହାଇସ୍କୁଲ , ତେଲେରାଇ ୟୁଜି ହାଇସ୍କୁଲ ସହ ଏମ୍‌ଭି – ୬୮ , କାଙ୍ଗୁରକୋଣ୍ଡା ଏବଂ ଏମ୍‌ଭି – ୯୫ ସ୍ଥିତ ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ସେହିପରି କୁରୁବୁ ଓ ଆମ୍ବାଗୁଡ଼ା ଗ୍ରାମର ୨୮ଜଣ ଗରିବ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । କାଲିମେଳା ତହସିଲ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ନିଜେ ଏହି ସବୁ ପଟ୍ଟା ଗୁଡ଼ିକ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତହସିଲଦାର ଦୁର୍ଗା ପ୍ରସାଦ ଦୋରା , ଅତିରିକ୍ତ ତହସିଲଦାର ନାରାୟଣ ନାୟକ , ବିଇଓ ରମେଶ ବାରୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.