mobile header

ଭୁବନେଶ୍ବରରେ ରିଂ ରୋଡ ନିର୍ମାଣକୁ ଗଡକରିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ଭୁବନେଶ୍ବରର କସମୋପୋଲିସ ଛକଠାରେ ଏକ ଫ୍ଲାଏଓଭର, କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ତଥା କ୍ୟାପିଟାଲ ରିଜନ ରିଙ୍ଗ୍ ରୋଡ ନିର୍ମାଣକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ।

ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ । ଏସବୁ ପ୍ରକଳ୍ପକୁ ମନ୍ତ୍ରୀ ଅନୁମୋଦନ କରିଥିବା ଅପରାଜିତା ଟୁଇଟ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.