mobile header

ସି ପି ଏମ୍ ର 23 ତମ ମହାସମ୍ମେଳନ ଉଦଘାଟିତ
–—-/—////———–//
ଭୁବନେଶ୍ୱର ତା 6.4.22 ଆଜି କେରଳ ର କନୁର ସହରରେ ମହାସମାରୋହରେ ସି ପି ଏମ୍ ର 23 ତମ ପାର୍ଟି କଂଗ୍ରେସ ତଥା ମହାସମ୍ମେଳନ ଉଦଘାଟିତ ହୋଇଛି। ଏହି ପରି ପ୍ରେକ୍ଷୀରେ ରାଜ୍ୟ କମିଟି ଆହ୍ୱାନରେ ପାର୍ଟିର ଲାଲ ଝଣ୍ଡା ରାଜ୍ୟ ଦପ୍ତର ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଲା, ଆଞ୍ଚଳିକ ଓ ଶାଖା କମିଟି ଦପ୍ତର ରେ ଉତ୍ତୋଳନ କରାଯାଇଛି। ଭୁବନେଶ୍ୱର ରାଜ୍ୟଦପ୍ତର ରେ ବରିଷ୍ଠ ସଦଶ୍ୟ ତଥା ପୂର୍ବତନ ଏମ୍ ପି ସାଥୀ ଶିବାଜୀ ପଟନାୟକ ଲଲପାତାକା ଉତ୍ତୋଳନ କରିଥିଲେ। ସେହିପରି ଭାବରେ ୟୁନିଟ 9 ସ୍ଥିତ ଆଞ୍ଚଳିକ କମିଟି, ସମେଇ ଗଡ଼ିଆ, ଡୁମୁଦୁମା , ସାଲିଆ ସାହି ସମେତ ବିଭିନ୍ନ ସ୍ଥାନରେ ଲାଲ ଝଣ୍ଡା ଉତ୍ତୋଳନ ଆଜି ସଖାଳେ କରାଯାଇଛି। ସାମ୍ପ୍ରତିକ ବିଶ୍ୱ ତଥା ଦେଶର ରାଜନୈତିକ, ଅର୍ଥନୈତିକ, ବେକାରୀ ସମସ୍ୟା ଓ ଅନ୍ୟାନ୍ୟ ବିଷୟରେ ଏହି ମହାସମ୍ମେଳନ ଦିଶା ନିର୍ଦ୍ଦେଶ ଦେବ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସାଥୀ ଜଗନ୍ନାଥ ମିଶ୍ର, ତାପସୀ ପ୍ରହରାଜ, ଜମେଶ୍ୱର ସାମନ୍ତରାୟ, ଅଭିରାମ ବେହେରା, ଯତୀନ ମହାନ୍ତି, ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ଜଗଦୀଶ ଜେନା, ରାମଚନ୍ଦ୍ର ତ୍ରିପାଠୀ, ମିନତୀ ପାଣିଗ୍ରାହୀ, ସୁଶୀଲ ଗିରୀ, ପ୍ରଭାସ ଷଣ୍ଢ, ସୁରେଶ ରାଉତରାୟ, ବସନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.