ସୋନିଆ ଙ୍କୁ ଈଡ଼ି ଜେରା ପ୍ରତିବାଦରେ କନ୍ଧମାଳରେ କଂଗ୍ରେସ ର ବିକ୍ଷୋଭ


ଫୁଲବାଣୀ -22/07
କଂଗ୍ରେସ ଏ ଆଇ ସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଙ୍କୁ ଇଡ଼ି ର ଜେରା ପ୍ରତିବାଦ ରେ କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଫୁଲବାଣୀ ଠାରେ ଜିଲା ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଜେରା ତୁରନ୍ତ ପ୍ରତ୍ୟାହାର କରିବାକୁ ନେତା ଓ କର୍ମୀ ମାନେ ଦାବୀ କରିଥିଲେ lନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଥିଲେ ଜିଲା ସଭାପତି ଅନାମ ନାୟକ, କଂଗ୍ରେସ ନେତା ଅମୀର ଚାନ୍ଦ ନାୟକ, ଘନ ଶବର l
ପରେ କୋର୍ଟ ଛକ ଦେଇ ଏସ ପି ଅଫିସ ଯାଇ ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ବିଜୟ ମହାନ୍ତି, ପିତାମ୍ବର ସାହୁ, ଯୁବ ନେତା ଗୌର ବେହେରା, ବଳଦେବ ବେହେରା, ଦୁର୍ଯ୍ୟାଧୋନ ପଟନାୟକ, ନଗର ସଭାପତି ଶିବଶଙ୍କର ବେହେରା, ଛାତ୍ର କଂଗ୍ରସ ସଭାପତି ଅନୁପମ କହଁର ପ୍ରମୁଖ ଙ୍କ ସମେତ ବହୁ କର୍ମୀ ଓ ମହିଳା କଂଗ୍ରେସ ନେତ୍ରୀ ଉପସ୍ଥିତ ଥିଲେ lବିକ୍ଷେlଭ କୁ ଦୃଷ୍ଟିରେ ରଖି ଥାନାଧିକାରୀ ସୁଶାନ୍ତ ସେଠି ଙ୍କ ସମେତ ବ୍ୟାପକ ପୋଲିସ ମୃତୟନ ହୋଇଥିଲେ l

Leave A Reply

Your email address will not be published.