xmas

ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ଗୁଣପୁର ପୌର ପରିଷଦ ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ପଦବିରେ ସାନଙ୍କ ବାଜିମାତ୍

ବିଜେଡି ହାତରୁ ଖସିଲା ଗୁଣପୁର ପୌର ପରିଷଦ। ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବାଜିମାତ୍ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ। ଗୁଣପୁର ପୌର ପରିଷଦ ସ୍ବାଧୀନ ପ୍ରାର୍ଥୀଙ୍କ କବଜାକୁ ଯାଇଥିବା ବେଳେ ରାୟଗଡ଼ା ପୌର ପରିଷଦ ଓ ଗୁଡାରି ଏନଏସିକୁ ନିଜ କବଜାରେ ରଖିବାରେ ସକ୍ଷମ ହୋଇଛି ବିଜେଡି। ଶାସକ ବିଜେଡିକୁ ଚକମା ଦେଇ ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ମମତା ଗୌଡ଼ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଆଜି ଅନୁଷ୍ଠିତ ଉପାଧ୍ୟକ୍ଷ ନିର୍ବାଚନରେ ମମତାଙ୍କ ସ୍ବାମୀ ତଥା ପୂର୍ବତନ ପୌରାଧ୍ୟକ୍ଷ ସାନ ଗୌଡ଼ ଉପାଧ୍ୟକ୍ଷ ଭାବେ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଗୁଣପୁର ପୌର ପରିଷଦର ୧୯ ୱାର୍ଡରୁ ୧୧ଟି ୱାର୍ଡରେ ସାନ ଗୌଡ଼ଙ୍କ ସମର୍ଥିତ ପ୍ରାର୍ଥୀ ବିଜୟୀ ହାସଲ କରିଛନ୍ତି। ଅନ୍ୟ ୮ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ। ଫଳରେ ନିର୍ବାଚନ ଅଧିକାରୀ ସାନଙ୍କୁ ବିଜୟୀ ଘୋଷଣା କରିଥିଲେ। ଉପାଧ୍ୟକ୍ଷ ନିର୍ବାଚନରେ ଅପ୍ରତିଦ୍ବନ୍ଦୀ ହୋଇଥିବା ସାନ ଅଧ୍ୟକ୍ଷ ପଦବି ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ଖୁବ୍ ସଂଘର୍ଷ କରିଥିଲେ।

Leave A Reply

Your email address will not be published.