ଓଡ଼ିଶାର ପରମ୍ପରାରେ ଅଶୋକାଷ୍ଟମୀ ଓ ରୁକୁଣା ରଥର ବିଶେଷତ୍ୱ

ଓଡିଶା ର ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ହେଉଛି ବିଶ୍ୱ ପ୍ରସିଦ୍ଧ, ଏହା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ l ସେହିପରି ଯାଜପୁରର ବିରଜା କ୍ଷେତ୍ର ରେ ଆଶ୍ୱିନ ଶୁକ୍ଳପକ୍ଷ ରେ ରଥଯାତ୍ରା ଅନୁଷ୍ଠିତ l ଏହାଛଡା ପୌଷ ଶୁକ୍ଲପକ୍ଷ ଦଶମୀରେ କୋଣାର୍କ ଠାରେ ସୂର୍ଯ୍ୟ ଦେବଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଓ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜଙ୍କ ନିକଟରେ ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଞ୍ଚଦିନ ବ୍ୟାପି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି l ଯାହାକୁ ନେଇ ଓଡ଼ିଶାର ରାଜଧାନୀ ଲୋକାରଣ୍ୟ ହୋଇଥାଏ l

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ମଧ୍ୟ ବିଶ୍ୱ ବିଦିତ l ପୁରାଣକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ରୁକ୍ମିଣୀ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପତ୍ନୀ l ଯଦି ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବଳଦେବ ଅଟନ୍ତି , ବାସୁଦେବ ଙ୍କ ପତ୍ନୀ ରୁକ୍ମିଣୀ ଲୋକାଚାର ମତେ ଚନ୍ଦ୍ରଶେଖରଙ୍କ ଭାଇବୋହୁ ହେବେ l ତେଣୁ ଦେଢ଼ଶୂରଙ୍କ ସହ ଭାଇବୋହୁ କସ୍ମିନ କାଳେ ଏକତ୍ର ଯାତ୍ରା କରିପାରିବେ ନାହିଁ l

ଅଧ୍ୟୟନ ଅନୁସାରେ ସପ୍ତମ ଶତାବ୍ଦୀରେ ଯଯାତି କେଶରୀ ଲିଙ୍ଗରାଜ ମନ୍ଦିର ନିର୍ମାଣ କରିଥିଲେ ଏବଂ ଦଶମ ଏକାଦଶ ଶତାବ୍ଦୀରେ ବର୍ତମାନର ମନ୍ଦିର ନିର୍ମାଣ ହୋଇଥିଲା l ପାଖାପାଖି ଏହି ଶତାବ୍ଦୀରୁ ଅଶୋକାଷ୍ଟମୀ ରଥଯାତ୍ରା ପ୍ରଚଳିତ ହୋଇଥିବାର ଅନୁମାନ ରହିଛି l କେଶରୀ ବଂଶର ରାଜାମାନେ ଶୈବ ଧର୍ମାବଲମ୍ବୀ ହୋଇଥିବାରୁ ଲିଙ୍ଗରାଜ ଙ୍କ ରଥକୁ ଅରୁଣ ବର୍ଣ୍ଣରେ ଆଚ୍ଛାଦିତ କରି ଚାଲନ୍ତି ପ୍ରତିମାଙ୍କର ରଥଯାତ୍ରା କରାଉଥିଲେ l ଏହାପରେ ବୈଷ୍ଣବ ଧର୍ମର ପ୍ରଚଳନ କାଳରେ ଗଙ୍ଗ ବଂଶର ରାଜତ୍ୱ ସମୟରେ ରଥଯାତ୍ରାର ପରିବର୍ତନ କରାଯାଇ ରଥରେ ଚନ୍ଦ୍ରଶେଖର ଓ ରୁକ୍ମିଣୀ ଏବଂ ଦୋଳଗୋବିନ୍ଦଙ୍କ ବିଗ୍ରହ ଶୋଭା ପାଇଲା l

ଶିବପୁରାଣ ଅନୁଯାୟୀ ତାରକାସୁରର ତିନିପୁତ୍ର ବ୍ରହ୍ମାଙ୍କ ବାରରେ ବଳିୟାନ ହୋଇ ଏପରି ଏକ ବାର ଲାଭ କରିଥିଲେ , ଯାହାକି ୩ଟି ପ୍ରାସାଦକୁ ମାତ୍ର ଗୋଟିଏ ଶରରେ ଧ୍ବଂସ କରାଯାଇ ପାରୁଥିବ l ସେମାନଙ୍କ ଦ୍ୱାରା ସ୍ଵର୍ଗରେ ସ୍ଵର୍ଣ୍ଣ, ବାୟୁମଣ୍ଡଳରେ ରୌପ୍ୟ ଓ ମର୍ତ୍ୟରେ ଲୌହ ନିର୍ମିତ ପ୍ରାସାଦ ନିର୍ମାଣ ହୋଇଥିଲା l ଏହି ଅସୁର ମାନଙ୍କୁ ନିପାତ କରିବା ପାଇଁ ସମସ୍ତ ଦେବତା ମାନେ ମହାଦେବ ଙ୍କୁ ଗୋଟିଏ ଦିବ୍ୟ ରଥ ପ୍ରଦାନ କରିଥିଲେ l ଯେଉଁଥିରେ ସାରଥୀ ସାଜିଥିଲେ ସ୍ୱୟଂ ବ୍ରହ୍ମା, ସେହି ରଥରେ ଯାତ୍ରାକରି ମହାଦେବ ତିନି ଅସୁରଙ୍କର ଵଧ କରିଥିଲେ l ସେହି ଦିନକୁ ସ୍ମରଣ କରି ଏହି ରଥଯାତ୍ରା ପାଳିତ ହୋଇଥାଏ l ତ୍ରିପୁର ସଂହାର ପରେ ମହାଦେବ ରଥକୁ ପରିତ୍ୟାଗ କରିଥିଲେ l

କିନ୍ତୁ ସ୍ମାରକୀ ଉତ୍ସବ ଭାବରେ ଏହାକୁ ପାଳନ କରାଯାଇଥିବାରୁ ବାହୁଡା ଦିନ ରଥର ପଛପଟରେ ଗୋଟିଏ ଦ୍ୱାର ଖୋଲାଯାଇ ଠାକୁରମାନେ ରଥାରୁଢ଼ ହୋଇ ଥାଆନ୍ତି l ତେଣୁ ଲୋକକଥା ଅନୁସାରେ ରୁକୁଣାରଥ ଅଣଲେଉଟା ପଦଟି ପ୍ରୟୋଗ କରାଯାଇ ଥାଏ l

ପ୍ରଭୁ ଲିଙ୍ଗରାଜ କୃତିବାସ ନାମରେ ବିଦିତ, ମାନ୍ୟତା ରହିଛି ଯେ ଅଶୋକାଷ୍ଟମୀ ଦିନ ଅର୍କ ବାର୍ନର ରଥରେ ଅବସ୍ଥାପିତ କୃତିବାସ ଙ୍କୁ ଯେଉଁମାନେ ଦର୍ଶନ କରନ୍ତି, ସେମାନେ ଶିବଲୋକ ପ୍ରାପ୍ତ କରନ୍ତି l ପୁରାଣର ବର୍ଣନା ଅନୁସାରେ ରୁକୁଣାରଥ ଉପରେ ଭୁବନେଶ୍ୱରୀ, ସ୍କନ୍ଦ, ଉମା, ଗୋପାଳିନୀ, ପ୍ରଭୃତି ରଥାରୁଢ଼ ହୋଇ ଥାଆନ୍ତି l ଅଶୋକାଷ୍ଟମୀ ଦିନ ମହାପ୍ରଭୁ ଲିଙ୍ଗରାଜଙ୍କୁ ରଥରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ l

Leave A Reply

Your email address will not be published.