mobile header

ନକଲି ଭୋଟର ସାବଧାନ!

ଭୁବନେଶ୍ୱର: ରାଜ୍ୟର ୫୯ଟି ଏନ୍‌ଏସି, ୪୭ଟି ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ଗୁରୁବାର ପୌର ନିର୍ବାଚନ ହେବାକୁ ଥିବାବେଳେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିପରି ସୁରକ୍ଷା ପାଇଁ ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି |

ସେହିପରି ନିର୍ବାଚନ ପ୍ରଚାରବେଳେ ଟଙ୍କା ବଣ୍ଟା ଭିଜୁଆଲ ଭାଇରାଲ ସମ୍ପର୍କିତ ଅଭିଯୋଗ ଆସିଥିବା ନେଇ ନିର୍ବାଚନ କମିଶନ ଅବଗତ ଅଛନ୍ତି ବୋଲି ନିର୍ବାଚନ କମିଶନର କହିଛନ୍ତି । ଏହି ଭିଡିଓ ବାବଦରେ ଜିଲ୍ଲା ଓ ପୁଲିସ ପ୍ରଶାସନକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ବଣ୍ଟାର ଭାଇରାଲ ଭିଡିଓର ସୂଚନା କମିଶନଙ୍କ ପାଖକୁ ଆସିଛି । ତାହା ଜିଲ୍ଲା ପ୍ରଶାସନଙ୍କ ନିକଟକୁ ତଦନ୍ତ କରିବା ପାଇଁ ପଠାଯାଇଛି ।

ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି । ସେହିପରି ନକଲି ଭୋଟରଙ୍କ ଉପରେ ଖବର ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଲେକ୍ସନ କମିଶନ ଅଫ ଇଣ୍ଡିଆର ଭୋଟର ତାଲିକାକୁ ଆମେ ଗ୍ରହଣ କରିଛୁ । ସେହି ତାଲିକା ଅନୁସାରେ ହିଁ ଭୋଟିଂ ହେବି ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି |

Leave A Reply

Your email address will not be published.