
ବାଲେଶ୍ବର ସରକାରୀ ଆଇଟିଆଇର ଛାତ୍ରୀ ସୋନାଲି ବିଶ୍ବାଳ (୨୨) ସର୍ବଭାରତୀୟସ୍ତରରେ ୯୩ ପ୍ରତିଶତ ନମ୍ବର ରଖି ଟପର୍ ହୋଇଛନ୍ତି। ବସ୍ତା ବ୍ଲକ୍ ନଳବାହାର ଅଞ୍ଚଳର ଶଙ୍କର୍ଷଣ ବିଶ୍ବାଳ ଓ ବାସନ୍ତୀ ବିଶ୍ବାଳଙ୍କ ମଝିଆ ଝିଅ ହେଉଛନ୍ତି ସୋନାଲି। ବାପା ବ୍ୟବସାୟୀ ହୋଇଥିବା ବେଳେ ମା’ ଗୃହିଣୀ। ସୋନାଲି ନଳବାହାର ଗାନ୍ଧିଜୀ ହାଇସ୍କୁଲରୁ ୭୫ ପ୍ରତିଶତ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବାଲେଶ୍ବର ନିଷ୍ଟ ଯୁକ୍ତ ଦୁଇ କଲେଜରୁ ବିଜ୍ଞାନରେ ୫୨ ପ୍ରତିଶତ ଓ ଉଇଟିକିରିସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ସ୍ନାତକ ପାସ୍ କରି ସରକାରୀ ଆଇଟିଆଇରେ ୱେଲଡିଂ ବିଭାଗରେ ନାମ ଲେଖାଇଥିଲେ।