
କଟକ ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡି ହାଜତରେ ଜଣେ ନାବାଳକଙ୍କୁ ପୁଲିସ ତିନିଦିନ ଅଟକ ରଖିବା ଘଟଣାର ଜଣେ ଅତିରିକ୍ତ ଏସ୍ ପି ପାହ୍ୟାର ଅଧିକାରୀ ତଦନ୍ତ କରିଵେ ବୋଲି ଜଣାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।
ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡି ହାଜତରେ ଜଣେ ନାବାଳକଙ୍କୁ ପୁଲିସ ତିନିଦିନ ଅଟକ ରଖିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଜି ସାମ୍ନାକୁ ଆସିଛି। ସିଡବ୍ଲୁସି ଏଭଳି ଅଭିଯୋଗ ଆଣିଛି। ଆଜି ନାବାଳକଙ୍କୁ ହାଜର କରାଯାଇ ବୟାନ ରେକର୍ଡ କରାଯିବା ସହିତ ପୁଲିସ ବିରୋଧରେ ଏତଲା ଦେବ ସିଡବ୍ଲୁସି। ସିଡବ୍ଲିସିର ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସାହେବଗଞ୍ଜ ଥାନା ରାଜମଲ ତିନିପାହାଡ଼ ଅଞ୍ଚଳର ଜଣେ ୧୨ ବର୍ଷୀୟ ନାବାଳକଙ୍କୁ କାବୁ କରି ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡିରେ ଗଲା ତିନିଦିନ ହେବ ରଖାଯାଇଥିଲା। ଏହି ନାବାଳକ ଅନ୍ୟ କିଛି ଦୁର୍ବୃତ୍ତଙ୍କ ସହିତ ମିଶି ମୋବାଇଲ୍ ଚୋରି ଭଳି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ଥିଲା