mobile header

ଚିତ୍ରକୋଣ୍ଡା ର ବିଭିନ୍ନ ସମସ୍ୟା ନେଇ ଚିତ୍ରକୋଣ୍ଡା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ

ଚିତ୍ରକୋଣ୍ଡା :- ୧୫/୦୪ ଚିତ୍ର?କୋଣ୍ଡା ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ଚିତ୍ରକୋଣ୍ଡା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ର ରେ ଥିବା ମୁଖ୍ୟ ସମସ୍ୟା ଗୁଡ଼ିକ ହେଲା ଚିତ୍ରକୋଣ୍ଡାରେ ନିର୍ମାଣାଧୀନ ଥିବା ମେଗା ପାନୀୟଜଳ ପ୍ରକଳ୍ପ ଦୀର୍ଘ ଚାରିବର୍ଷ ହେଲା ସରିବାର ନା ନଉନି,ଯାହା ଫଳରେ ୮୦୦୦ ରୁ ଅଧିକ ଲୋକ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇଅଛନ୍ତି ।ଚିତ୍ରକୋଣ୍ଡା କୁ ବ୍ଲକ ଭାବରେ ଘୋଷଣା କରିବାର ୮ ବର୍ଷ ବିତିଯାଇଥିଲେ ମଧ୍ୟ କୁଡୁମୁଲୁଗୁମ୍ମା ରୁ ସମସ୍ତ ବିଭାଗ ଅଜିପର୍ଯ୍ୟନ୍ତ ଚିତ୍ରକୋଣ୍ଡା କୁ ଆସିପରିଲା ନାହିଁ।ଯଥା – ଶିକ୍ଷା ବିଭାଗ,ସ୍ବାସ୍ଥ୍ୟ ବିଭାଗ,ପଶୁସମ୍ପଦ ବିଭାଗ,ଆଜି ପ୍ରଯ୍ୟନ୍ତ କାର୍ଯ୍ୟକ୍ରମ ହୋଇପାରୁନାହିଁ।ଜନ୍ମମୃତ୍ୟ ତାଲିକା ପଞ୍ଜି କରଣ,ଗ୍ରାମବାସୀ ଙ୍କ ଉଦ୍ଧିଷ୍ଟ ଗ୍ରାମ କଲ୍ୟାଣ ସମିତି ପ୍ରଭୁତି ସରକାରୀ ସୁଭିଧା ପାଇ ପାରୁନାହାନ୍ତି।ଶିକ୍ଷା କ୍ଷେତ୍ର ରେ କୌଣସି ତ୍ରୁଟି କୁ ଅଭିଯୋଗ ନେଇ ଅଭିଭାବକ ବୃନ୍ଦ ବ୍ଲକ ଶିକ୍ଷା ନିର୍ଦ୍ଦେଶକ ଦୃଷ୍ଟି ଆକ୍ରଷଣ୍ କରୁ ନପାରୁନାହଁନ୍ତି।ପାନୀୟଜଳ ବିଭାଗ ଆସୁନଥିବାରୁ ଏହି ଅଞ୍ଚଳର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପଶୁ ସଂପଦ ସୁରକ୍ଷା କ୍ଷେତ୍ର ଦେଖିବାକୁ ଗଲେ ଏଠାରେ କିଛି ଭିତ୍ତି ହୀନ କହିଲେ ଚଳେ। ଗୁମାରେ କାର୍ଯ୍ୟରତ ପଶୁ ସଂପଦ କାର୍ଯ୍ୟଳୟ ଚିତ୍ରକୋଣ୍ଡା ପଂଚୟତ ଆରମ୍ଭ ତେବେ ଏହି ଅଂଚଳର ଚାଷୀ ପଶୁ ସଂପଦ ଉପରେ ଲୋନ ଓ ଇନ୍ସୁରାନ୍ସ କରି ଲାଭବାନ ହୁଅନ୍ତେ।ଯାହାଫଳରେ ୧୮ ଗୋଟି ପଞ୍ଚାୟତର ଜନସାଧାରଣ ଏହି ତିନୋଟି ବିଭାଗ ନେଇ କୌଣସି କାମ ପାଇଁ ଆଜି ମଧ୍ୟ ତିନୋଟି କୁଡୁମୁଲୁଗୁମ୍ମା,କୋରୁକଣ୍ଡା,କାଲିମେଳା ବ୍ଲକ ଉପରେ ନିର୍ଭର କରିବାକୁ ପଡୁଛି ଯଦ୍ବାରା ଲୋକମାନେ ଅତ୍ୟନ୍ତ ଖର୍ଚ୍ଚବାନ ଓ ଶହେରୁ ଉର୍ଦ୍ଧ୍ବ କିଲୋମିଟର ଯାତ୍ରା କରି ଅସୁବିଧାରେ ସମ୍ମୁଖିନ TVହୁଅନ୍ତି।ମୁଖ୍ୟଶାସନ ସଚିବ ସମସ୍ୟା ଶୁଣିବାପରେ ଏହା ଉପରେ ପଦକ୍ଷେପ ନେବେବୋଳି ପ୍ରତିଶ୍ରୁତି ଦେଇଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ରତ୍ନାକର ପ୍ରଧାନ,ବଳରାମ ପଢ଼ିଆରୀ, ରାଜକମଲ୍ ପୁରୋହିତ,ରବୀନ୍ଦ୍ର କୁମାର ପାଢ଼ୀ,ସତ୍ୟ ମିଶ୍ର, ଭୋଲାନାଥ ମଲ୍ଲିକ ଦେବେନ୍ଦ୍ର ସାହୁ ଓ ଗୁରୁଚରଣ ଘଡେଇ ଉପସ୍ଥିତ ଥିଲେ।

Leave A Reply

Your email address will not be published.