mobile header

ନକଲି ଡାକ୍ତର ରମେଶଙ୍କ ଉପରେ ଲେଖା ହେବ ବହି । ଅଧିକ ଅନୁସନ୍ଧାନ ପାଇଁ ଝାରପଡ଼ା ଜେଲରେ ପହଞ୍ଚିଲେ ୪ ଲେଖିକା ।

ଓଡିଶାର ୪ ଜଣ ଲେଖିକା, ବଦନାମ ରମେଶଙ୍କ କଳା କାହାଣୀକୁ ନେଇ ବହି ଲେଖିବା ପାଇଁ ଇଛା ପ୍ରକାଶ କରିଛନ୍ତି । ଆଜି ୪ ଜଣ ଲେଖିକା ଝାରପଡା ଜେଲରେ ପହଞ୍ଚି, ରମେଶଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରିଛନ୍ତି । ମିଛ କହି ଲୁଟ ଉଦ୍ଦେଶ୍ୟରେ ୧୮ ଜଣ ମହିଳାଙ୍କୁ ବିବାହ କରିଥିବା ଏହି ଠକ ଏକ ବିରଳ ଠକ ବୋଲି ସେମାନେ ବିବେଚନା କରୁଛନ୍ତି ।

ରମେଶଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଝାରପଡା ଜେଲରେ ପହଞ୍ଚିଥିବା ୪ ଜଣ ଲେଖିକା ହେଉଛନ୍ତି, ସୁଜାତା ନନ୍ଦ, ଗୀତାଞ୍ଜଳି ପଣ୍ଡା, ରେଣୁକା ମିଶ୍ର ଓ ସୁଷମା ଲେଙ୍କା । ଏମାନେ ପୂର୍ବରୁ ଭଲ ଭଲ ବହି ଲେଖି ଓଡିଆ ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି । ସେ ବହିଗୁଡିକ ହେଉଛି ମନ ଗହୀରର ବାସ୍ନା, ଶିଆଳି ଲତାର ଦୋଳି, ଜହ୍ନ ସାଥେ ମନ କଥା, ପଥର ଗାଉଛି ଗୀତ ଓ ଟିକେ ଛାଇ ଟିକେ ଖରା । ଏମିତି ଅନେକ ବହି ଲେଖି ପାଠକୀୟ ଆଦୃତ ଲାଭ କରିଛନ୍ତି । ରମେଶଙ୍କ ଠକ କାହାଣୀ, ତାଙ୍କୁ ଯେତେ ଆଶ୍ଚର୍ଯ୍ୟ କରିଛି, ବହି ଲେଖିବା ପାଇଁ ସେତିକି ଉକ୍ରଣ୍ଠା ସୃଷ୍ଟି ହୋଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.