mobile header

ଦୁବାଇରେ ପାଳିତ ହେଲା ଉତ୍କଳ ଦିବସ: ସମ୍ବର୍ଦ୍ଧିତ ହେଲେ ରୁଚି ଫୁଡ୍ ଲାଇନର ନିର୍ଦ୍ଦେଶିକା ରଶ୍ମି ସାହୁ

ଦୁବାଇରେ ରହୁଥିବା ପ୍ରବାସୀ ଓଡିଆମାନଙ୍କ ଦ୍ୱାରା ଓଡିଆ ନବ ବର୍ଷ ପାଳିତ ହୋଇଛି । ଦୁବାଇର ହୋରିଜନ ଇଣ୍ଟରନ୍ୟାସନାଲ ସ୍କୁଲଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅଥିତି ଭାବେ ରୁଚି ଫୁଡ ଲାଇନର ନିର୍ଦ୍ଦେଶିକା ରଶ୍ମି ସାହୁ ଯୋଗ ଦେଇଥିଲେ । ସୁଦୂର ପ୍ରବାସରେ ରହି ଓଡିଆ ସମାଜର ଭାଇ ଭଉଣୀମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଥିବାରୁ ସେ ସାଧୁବାଦ ଜଣାଇଥିଲେ ।

ଏହାସହ ସେ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ବିଦେଶମାଟିରେ ଓଡିଶାର ବଜାୟ ରଖିଥିବାରୁ ଉଦ୍ୟୋଗକ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉତ୍ସବରେ ଓଡିଶାର ସୁପରିଚିତ ରୁଚି ମସଲା, ପାସ୍ତା ଓ ସ୍ୱାସ୍ଥ୍ୟପ୍ରଦ ଫ୍ରେଜେନ ଫୁଡ ପକ୍ଷରୁ ମଧ୍ୟ ପ୍ରଦର୍ଶନୀରେ ଆୟୋଜନା କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ସମାଜର ସଭାପତି ଅମିୟ କୁମାର ମିଶ୍ରଙ୍କ ସମେତ ଯୋଗ ଦେଇଥିବା ଅତିଥିମାନେ ରଶ୍ମି ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତଗାନ ଓ ଅଭିନୟରେ ଦୁବାଇସ୍ଥିତ ଓଡିଆ ପରିବାର ସାମିଲ ହୋଇଥିଲେ । ଏହି ଅବସରରେ ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଦ୍ୱିଭାଷିକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

Leave A Reply

Your email address will not be published.